୨୦ ଟଙ୍କା ପାଇଁ ଯୁବକଙ୍କୁ ପୋଡି ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ପୁଲିସ ହାବୁଡରେ ପଡିଲା ସୁରକ୍ଷା ଦେଇଥିବା ଲୋକ

Published By : Prameya-News7 Bureau | December 09, 2020 IST

ଚଣ୍ଡିଖୋଲ ୦୯।୧୨: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଗ୍ରାମର ସୁଶାନ୍ତ ମଲିକଙ୍କୁ ୨୦ ଟଙ୍କା ବାକି ନ ଦେବାରୁ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏଥିସହ ମୁଖ୍ୟ ଅଭିଯୁକ୍ତ ନାରାୟଣ ଜେନାକୁ ସୁରକ୍ଷା ଦେଇଥିବା ଆଲୋକ ମଲିକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସକୁ ଗୋଟିଏ ମାସରୁ ଅଧିକ ସମୟ ଲାଗିଥିଲା। ଏହା ପୂର୍ବରୁ ପୁଲିସ ଅଭିଯୁକ୍ତର ବାପାଙ୍କୁ ଗିରଫ କରିଥିଲା।

ସୂଚନା ଅନୁଯାୟୀ ମୃତ ସୁଶାନ୍ତଙ୍କ ପରିବାର ଲୋକେ ନ୍ୟାୟ ପାଇଁ ବଡ଼ଚଣା ଥାନାରେ ଦ୍ୱାରସ୍ତ ହୋଇଥିଲେ।  ଆଜି ବଡ଼ଚଣା ପୋଲିସ ମୁଖ୍ୟ ଅଭିଯୁକ୍ତ ନାରାୟଣ ଜେନାକୁ ଗିରଫ କରିବା ସହ ତାକୁ ସୁରକ୍ଷା ଦେଇ ଥିବା ଆଲୋକ ମଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ  ୨୦୨୦ ନଭେମ୍ବର ୦୮ ତାରିଖ ଅପରାହ୍ନ ୩ ଟା ସମୟରେ ମୃତ ସୁଶାନ୍ତ ମଳିକ (ମୁନା) ନିଜ ଘର ପାଖରେ ଥିବା ପାନ ଦୋକାନକୁ ଯାଇଥିଲେ। ସୁଶାନ୍ତ ଦୋକାନୀ ନାରାୟଣ ଜେନା (ପପୁ)ଙ୍କୁ ବାକିରେ ଥଣ୍ଡା ପିଇବା ପାଇଁ ମାଗିଥିଲେ। ଏହା ଭିତରେ ଉଭୟଙ୍କ ମଧ୍ୟରେ କଥା କଟା କଟି ସହ ଯୁକ୍ତି ତର୍କ ମଧ୍ୟ ହୋଇଥିଲା। ପରେ ପରେ ଅଭିଯୁକ୍ତ ପାନ ଦୋକାନୀ ପପୁ, ମୁନାକୁ ଏକ ଧାରୁଆ ଭୁଜାଲି ଦେଖାଇବା ସହ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଇଥିଲେ।

ଗତକାଲି ଜୀବନ୍ତ ଦଗ୍ଧର ଶିକାର ହୋଇଥିବା ସୁଶାନ୍ତ ମଳିକ (ମୁନା)ର କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ପୋଲିସ ଘଟଣା ଘଟାଇଥିବା  ପପୁର ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତର ପରିବାର ଲୋକେ ମୃତକଙ୍କ ପରିବାରକୁ ଧମକ ଚମକ ଦେବା ସହ ଟଙ୍କା ଦେଇ ପୋଲିସକୁ ଚୁପ କରିଛି ବୋଲି କୁହାଯାଉଥିଲା।  ମୃତକଙ୍କ ପରିବାର ଲୋକ ବଡ଼ଚଣା ଥାନାରେ ଶବ ଅଟକ ରଖି ଧାରଣାରେ ବସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.