କୃତ୍ତିକ ପୂର୍ଣ୍ଣିମାରେ ଲାଗିବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ମକର ରାଶିରେ ଶନିଙ୍କ ସହ ରହିବେ ଗୁରୁ, କ'ଣ ପଡିବ ପ୍ରଭାବ ?

Published By : Prameya-News7 Bureau | July 28, 2021 IST

ଭୁବନେଶ୍ୱର ୨୮/୦୭ : ବର୍ଷ ୨୦୨୧ରେ ଏପର୍ଯ୍ୟନ୍ତ ଦୁଇଟି ଚନ୍ଦ୍ରଗ୍ରହଣ ହୋଇଛି। ଚଳିତ ବର୍ଷ ପ୍ରାୟ ଚାରୋଟି ଚନ୍ଦ୍ରଗ୍ରହଣ ରହିଛି। ଯେଉଁଥିରୁ ଦୁଇଟି ଚନ୍ଦ୍ରଗ୍ରହଣ ହୋଇସାରିଛି। ପ୍ରଥମ ଚନ୍ଦ୍ରଗ୍ରହଣ ମେ' ୨୬ ରେ ଲାଗିଥିଲା। ଏହାର ଠିକ୍ ୧୫ ଦିନ ପରେ, ଜୁନ ୧୦ ତାରିଖରେ ସୂର୍ଯ୍ୟପରାଗ ହୋଇଥିଲା। ବର୍ତ୍ତମାନ ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ ହେବ।

ହିନ୍ଦୁ ପାଞ୍ଜି ଅନୁଯାୟୀ, ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୦୨୧ ନଭେମ୍ବର ୧୯ ତାରିଖରେ ହେବ। ପାଞ୍ଜି ସମୟ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ସକାଳ ୧୧.୩୦ ରେ ହେବ ଏବଂ ସନ୍ଧ୍ୟା ୦୫:୩୩ ରେ ଶେଷ ହେବ।

ଚନ୍ଦ୍ରଗ୍ରହଣ ସମୟରେ ସୂତକ ନିୟମ ପାଳନ କରାଯିବ ନାହିଁ। କାରଣ ଏହି ଚନ୍ଦ୍ରଗ୍ରହଣକୁ ଆଂଶିକ ଚନ୍ଦ୍ରଗ୍ରହଣ ଭାବରେ ବିବେଚନା କରାଯାଇଛି। ଆଂଶିକ ଚନ୍ଦ୍ରଗ୍ରହଣରେ ସୂତକର ନିୟମ ପାଳନ କରାଯାଏ ନାହିଁ। ପୂର୍ଣ୍ଣ ନ୍ଦ୍ରଗ୍ରହଣ କ୍ଷେତ୍ରରେ ସୂତକ ଅବଧି ପ୍ରଯୁଜ୍ୟ। ଗଣନା ଅନୁଯାୟୀ, ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ ସମୟ ଆରମ୍ଭ ହୁଏ। ଏହି ସମୟରେ ଶୁଭ କାର୍ଯ୍ୟ କରାଯାଏ ନାହିଁ। ଗର୍ଭବତୀ ମହିଳାମାନଙ୍କୁ ସୂତକ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଏହି ସମୟରେ ପୂଜା ପାଠ ଆଦି ନିଷେଧ। କିନ୍ତୁ ପୂଜା ପାଠ ନ କରି ଏହି ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ୍।

୨୦୨୧ର ଶେଷ ଚନ୍ଦ୍ରଗ୍ରହଣ ଭାରତ ସମେତ ଆମେରିକା, ଉତ୍ତର ୟୁରୋପ, ଅଷ୍ଟ୍ରେଲିଆ ଓ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ।

ନଭେମ୍ବର ୧୯ ତାରିଖରେ ଚନ୍ଦ୍ରଗ୍ରହଣ ସମୟରେ ଗୁରୁ ଗ୍ରହ ବୃହସ୍ପତି ମକର ରାଶିରେ ବିରାଜମାନ ଥିବେ। ପାଞ୍ଜି ଅନୁସାରେ ଏହି ଦିନ କୃତ୍ତିକା ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ କୃତ୍ତିକା ନକ୍ଷତ୍ର ରହିବ। ମକର ରାଶି ବୃହସ୍ପତିଙ୍କ ନୀଚ ରାଶି। ଗ୍ରହଣ ଦିନ ବୃହସ୍ପତି ଶନିଦେବଙ୍କ ସହିତ ସଂଯୋଗ ସ୍ଥାପନା କରିବେ। ବୃହସ୍ପତି ମକର ରାଶିରେ ପ୍ରବେଶ କଲେ ନୀଚ ରାଜଯୋଗ ଭଙ୍ଗ ସ୍ଥିତି ସୃଷ୍ଟି ହୋଇଥାଏ। ମକର ରାଶି ବ୍ୟକ୍ତି ଏହିଦିନ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.