Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବେଦୀକୁ ଯାଇ କନିଆ ସିନ୍ଥିରେ ସିନ୍ଦୂର ଦେଲା ପ୍ରେମିକ, ବର-ବରଯାତ୍ରୀ ସମସ୍ତେ ହେଲେ ଅବାକ୍‌, ତା’ପରେ…

2/12/2021 at 6:56 PM

ଗୋରଖପୁର ୦୨/୧୨: ବେଦୀରେ ବର-କନିଆ ପରଷ୍ପରଙ୍କୁ ବରମାଳା ପିନ୍ଧାଇବାକୁ ପ୍ରସ୍ତୁତ ହୋଇଥିଲେ। ପଣ୍ଡିତଙ୍କ ମନ୍ତ୍ର ପାଠରେ ଚତ୍ତୁର୍ଦିଗ କମ୍ପୁଥିଲା। କିନ୍ତୁ ହଠାତ ଜଣେ ଯୁବକ ସିଧା ବେଦୀ ଉପରକୁ ଯାଇ କନିଆ ଗଳାରେ ଫୁଲମାଳ ପକାଇ ସିନ୍ଥିରେ ସିନ୍ଦୂର ପିନ୍ଧାଇ ଦେଇଥିଲା। ଯୁବକ ଜଣକ ଆଉ କେହି ନୁହେଁ, ବରଂ କନିଆର ପ୍ରେମିକ ଥିଲା। ପ୍ରେମିକର ଏ ସାହସକୁ ଦେଖି ପ୍ରେମିକା ବି ମନେ ମନେ ବହୁତ ଖୁସି ହୋଇଥିଲା। ବେଦୀ ଉପରେ ନିଜ ପ୍ରେମିକକୁ ଜାବୁଡ଼ି ଧରି ତା ସାଙ୍ଗେ ଯିବାକୁ ଜିଦ ଧରିଥିଲା କନିଆ।

ସେପଟେ ବର ସମେତ ବରଯାତ୍ରୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ମାହୋଲ ପୂରା ଗରମ ଥିବା ବେଳେ କନିଆ ପକ୍ଷରୁ କେହି ଜଣେ ପୋଲିସକୁ କଲ କରିଦେଇଥିଲା। ବାସ ଖବର ପାଇ ଯେମିତି ପୋଲିସ ପହଞ୍ଚିଛି ପ୍ରେମିକ ପ୍ରବର ସେହି ଜାଗା ଛାଡ଼ି ଛୁ ହୋଇଗଲା। ପ୍ରେମିକକୁ ଜାବୁଡ଼ି ଧରି, ପ୍ରେମ  ସାକାର ହୋଇଥିବା ନେଇ କେଇ କ୍ଷଣ ସ୍ବପ୍ନ ଦେଖିଥିବା ପ୍ରେମିକା ଚୁପଚାପ ବେଦୀରେ ବସି ଆଉ କାହା ହାତରୁ ସିନ୍ଦୂର ପିନ୍ଧି ବିଦା ହେଲା।

କିନ୍ତୁ ବିଦା ହେବା ପୂର୍ବରୁ ଗାଁରେ ପଞ୍ଚାୟତ ବସିଥିଲା। ଏଥିରେ ପୋଲିସ ମଧ୍ୟସ୍ଥି ସାଜି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା କରାଇଥିଲା। ଏହା ପରେ ଭୋର ୩ ଟାରେ ବର ନିଜର ଜୀବନ ସାଥିଙ୍କୁ ନେଇ ଘରକୁ ଫେରିଥିଲା। ଏମିତି ଏକ ଅଜବ ମାମଲା ଉତ୍ତରପ୍ରଦେଶ ଗୋରଖପୁରର ଏକ ଗାଁରେ ଘଟିଥିଲା ।  

   Related Posts