ପ୍ରେମିକା ସହ ବିଷ ପିଇଲେ ବିବାହିତ ପ୍ରେମିକ- ଏବେ ଏପରି ହୋଇଛି ଅବସ୍ଥା…

Published By : Prameya-News7 Bureau | October 04, 2019 IST

ଲକ୍ଷ୍ମୌ୪|୧୦: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଓ ପ୍ରେମିକା ବିଷ ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି। ବିବାହ ବନ୍ଧନରେ ପ୍ରେମିକ ଛନ୍ଧି ହେବା ପରେ ବି ପୂର୍ବ ପ୍ରେମିକାକୁ ସେ ଭୁଲି ନଥିଲେ। ଲୁଚି ଲୁଚି ଉଭୟ ପ୍ରେମୀ ଯୁଗଳ ମିଳାମିଶା କରୁଥିଲେ। କିନ୍ତୁ ସେମାନଙ୍କ ଏଭଳି ଅବୈଧ ସଂପର୍କକୁ ଉଭୟ ପରିବାର ଲୋକ ବିରୋଧ କରୁଥିଲେ। ତେଣୁ ଦୁଇଜଣ ବିଷଖାଇ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଲକ୍ଷ୍ମୌର ମଲିହାବାଦରେ ପ୍ରେମୀ ଓ ପ୍ରେମିକା ବିଷ ଖାଇ ଦେଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ ଯେ,  ମଲିହାବାଦର ମାନଖେଡା ଅଞ୍ଚଳର ସୁନୀଲ କୁମାର ତାଙ୍କ ସଂପର୍କୀୟ ପଞ୍ଜାବୀଖେଡା ଅଞ୍ଚଳର ମୀନା (କାଳ୍ପନିକ ନାମ)କ ଯୁବତୀଙ୍କୁ ଭଲ ପାଉଥିଲେ। ବର୍ଷେ ତଳେ ସୁନୀଲଙ୍କ ପରିବାର ଲୋକ ତାଙ୍କ ବିବାହ ଅନ୍ୟ ଝିଅ କରି ଦେଇଥିଲେ। ସୁନୀଲଙ୍କ ବିବାହ ପରେ ବି ସୁନୀଲ ପୂର୍ବ ପ୍ରେମ ସଂପର୍କ ଭୁଲ ନଥିଲେ।

ଗତ ସୋମବାର ଦିନ ସୁନୀଲ ଓ ମୀନା କୁଆଡ଼େ ଫେରାର ହୋଇଯାଇଥିଲେ। ଉଭୟଙ୍କ ଖୋଜାଖୋଜି କରିବା ପରେ ସୁନୀଲଙ୍କ ବିରୋଧରେ ମୀନାଙ୍କ ବାପା ସଣ୍ଡିଲା ଥାନାରେ ଏତଲା ଦେଇଥିଲେ। କିନ୍ତୁ ଗୁରୁବାର ଦିନ ତହସିଲ ନିକଟରେ ଉଭୟ ବିଷ ଖାଇବା ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ କୋତଓ୍ବାଲି ପୋଲିସ ଉଭୟଙ୍କ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଣି ସେମାନଙ୍କୁ ଟ୍ରମ୍ପା ସେଣ୍ଟରକୁ ରେଫର କରାଯାଇଥିବା କଥା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.