Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

କରୋନା ଯୋଗୁଁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା : ବିନା ଭକ୍ତରେ ହେବ ଯାତ୍ରା, ଦିନରେ ସରିବ ଚାପ , ସଂଧ୍ୟା ପୂର୍ବରୁ ଫେରିବେ ମହାପ୍ରଭୁ

18/04/2020 at 1:11 PM

ପୁରୀ ୧୮।୦୪: ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା । ଦିନରେ ସରିବ ଚାପ, ସନ୍ଧ୍ୟା ପୂର୍ବରୁ ଫେରିବେ ମହାପ୍ରଭୁ । କରୋନା ଯୋଗୁଁ ଅଟକିବ ନାହିଁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ପରମ୍ପରା ମୁତାବକ ଚନ୍ଦନଯାତ୍ରା ସଂପନ୍ନ ହେବ। ତେବେ ଏଥର ଅନ୍ୟ ବର୍ଷ ଭଳି ଗହଳିକୁ ବାରଣ କରାଯିବ। ଯାତ୍ରା ବେଳେ ସାମାଜିକ ଦୂରତା ତଥା କଡ଼ା କଟକଣା ମଧ୍ୟରେ ଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି।

ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ସହିତ ସଂପୃକ୍ତ ସେବକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ  କରାଯାଇଛି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଥିବା ଚନ୍ଦନଯାତ୍ରା କିଭଳି ଶୃଙ୍ଖଳିତ ହେବ ସେ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଚନ୍ଦନ ଯାତ୍ରା ପୂର୍ବ ପରମ୍ପରା ମୁତାବକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ୨୧ ଦିନର ବାହାର ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସଅଳ ବାହାରି ବିଜେ କରିବେ। ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିଲା ବେଳେ ସାବଧାନତା ଅବଲମ୍ବନ କରିବେ।

ମହାପ୍ରଭୁ ନରେନ୍ଦ୍ରରେ ଚାପକୁ ବିଜେ କରିବେ। ତେବେ ଏଥର ଚାପ ଦେଖିବାକୁ ବାହାର ଭକ୍ତଙ୍କୁ ଅନୁମତି ମିଳିବ ନାହିଁ। ମହାପ୍ରଭୁ ଦିନରୁ ଦିନରୁ ଚାପ ଖେଳ ସାରି ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବିଜେ କରିବେ। ନୀତିର କୌଣସି ଖିଲାପ ହେବ ନାହିଁ। ସମସ୍ତ ନୀତିକାନ୍ତି ଯଥାରୀତି ଅନୁଷ୍ଠିତ ହେବ। ସେବକମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବେ। ତେବେ ଏଥର ଭକ୍ତ ବତ୍ସଳ ମହାପ୍ରଭୁ ବିନା ଭକ୍ତରେ ଚାପ ଖେଳିବେ। ନରେନ୍ଦ୍ର ପୁଷ୍କରିଣୀ କୋଳାହଳ ହେବ ନାହିଁ। ୨୧ ଦିନର ବାହାର ଚାପ ପରେ ୨୧ ଦିନ ଭିତର ଚାପ ମଧ୍ୟ ଅନୁଷ୍ଠିତ ହେବ।

   Related Posts