ପାର୍ବଣ ପୂର୍ବରୁ ଲୁଟେରା ସକ୍ରିୟ, ଗୋଟିଏ ରାତିରେ ୫ ଦୋକାନରୁ ଚୋରି

Published By : Prameya-News7 Bureau | September 15, 2020 IST

ସାଲେପୁର ୧୫।୦୯:  ଟାଙ୍ଗୀ ଅଞ୍ଚଳରେ ଦିନକୁ ଦିନ ସକ୍ରିୟ ହେବାରେ  ଲାଗିଲେଣି  ଲୁଟେରାମାନେ।  କେତେ ବେଳେ ପେଟ୍ରୋଲ ପମ୍ପ ତ କେତେବେଳେ ରାସ୍ତାରେ  ନୀରିହ ଲୋକ ମାନଙ୍କୁ ଗୁରୁତର ଭାବେ ଆହତ କରି ଟଙ୍କା ଲୁଟି ଫେରାର ହୋଇ ଯାଇଥିବା ଦେଖିବାକୁ ମିଳୁଛି। ତେବେ ଗତ କାଲି ବିଳମ୍ବିତ ରାତ୍ରିରେ  କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୋଟସାହି ପଞ୍ଚାୟତ କଇରାପାରି ଛକ ନିକଟରେ ଥିବା ଦୁଇଟି ମିଠା ଦୋକାନ, ଦୁଇଟି ପାନ ଦୋକାନ  ଆଉ ଏକ ପୂଜା ସାମଗ୍ରୀ ଦୋକାନରୁ  ଲୁଟେରା ମାନେ  କବାଟ, ଲୁହାର ଗେଟ୍ ଭାଙ୍ଗି ନଗଦ ଟଙ୍କା ସହ ଦୋକାନରେ ଥିବା ବିଭିନ୍ନ ଜିନିଷ ନେଇ ଫେରାର  ହୋଇଯାଇଥିବା ଦେଖି ବାକୁ ମିଳିଛି।

ସୂଚନା ଅନୁଯାୟୀ ଆଜି ସକାଳୁ ଦୋକାନ ମାଲିକ ମାନେ ଦୋକାନ ଖୋଲିବାକୁ ଆସିବା ସମୟରେ ତାଲା କବାଟ ଭଙ୍ଗା ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ଏଥି ସହ ଟଙ୍କା ବାସ୍କରେ ଟଙ୍କା ନ ଥିବା ଦେଖିବାକୁ ପାଇଥିଲେ। ଏନେଇ ଦୋକାନୀ ମାଲିକ ମାନେ ଡ୍ରିମ୍ସ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଆଗକୁ ପାର୍ବଣ ୠତୁ ଆସୁଥିବାରୁ  ଲୁଟେରାଙ୍କ ଉତ୍ପାତ ଟାଙ୍ଗୀ ଅଞ୍ଚଳରେ ବଢିବାରେ ଲାଗିଛି। ଏଥି ପ୍ରତି  ପୋଲିସ  କଡା ନଜର ରଖିବା ସହ ପାଟ୍ରୋଲିଂ ଜୋରଦାର କରାଯାଉ ବୋଲି ଦୋକାନୀ ମାଲିକ ମାନେ  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.