Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଦୀର୍ଘ ଦିନର ଜମି ବିବାଦ ନେଲା ଉଗ୍ର ରୂପ, ଜମିକୁ ପଶିଲେ ଶତାଧିକ ଲୋକ, ନଷ୍ଟ କରିଦେଲେ ୩୨ ଏକରରେ ଲାଗିଥିବା ଫସଲ

2/08/2021 at 11:24 PM

ଉମରକୋଟ ୦୨।୦୮: ନବରଙ୍ଗପୁର ଜିଲ୍ଲାର ଉମରକୋଟ ତହସିଲ ଅନ୍ତର୍ଗତ ମୃତମା ଗ୍ରାମ ଓ ଖଡ଼କା ଗ୍ରାମ ମଧ୍ୟରେ ଥିବା ଜମି ବିବାଦ ଆଜି ଉଗ୍ର ରୂପ ନେଇଛି। ସୋମବାର ପ୍ରାୟ ଅପରାହ୍ନ ୧ଟାରେ ମୃତମା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ନିକଟସ୍ଥ ଖଡକା ଗ୍ରାମର ୨୫ ଜଣ ଲୋକଙ୍କର ପ୍ରାୟ ୩୨ ଏକର ଜମିରେ ଲାଗିଥିବା ମକା ଗଛ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛନ୍ତି। ଆଜି ସନ୍ଧ୍ୟାରେ ନଷ୍ଟ ହେଇଥିବା ମକା ଫସଲର ଚାଷୀ ମାନେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖଡକା ଓ ମୃତମା ଗ୍ରାମ ହେଲା ୨ ଟି ସୀମାନ୍ତ ଗ୍ରାମ। ଖଡକା ଗ୍ରାମ ବାସୀଙ୍କ କହିବା କଥା ହେଲା ୧୯୬୪ ମସିହାରେ କେନ୍ଦ୍ର ସରକାର ଖଡକା ଠାରେ ଡ୍ୟାମ  ତିଆରି ପରେ ଖଡକା ଗ୍ରାମର କିଛି ଲୋକଙ୍କ ଚାଷ ଜମି ନଷ୍ଟ ହେଇଥିଲା। ସେବେ ଠାରୁ ସେହି ଗ୍ରାମର ଲୋକେ ଡ୍ୟାମ ନିକଟସ୍ଥ ଉଚ୍ଚ ଜମିରେ ମକା ଚାଷ କରିଆସୁଛନ୍ତି। କିନ୍ତୁ ମୃତମା ଗ୍ରାମ ବାସୀଙ୍କ କହିବାର ହେଲା ଏହି ଜମିଟି ତାଙ୍କ ମୌଜାରେ ଆସୁଛି। ତେଣୁ ଜମି ତାଙ୍କର। ତେଣୁ ଏହାକୁ ନେଇ ଉଭୟ ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଥିଲା। 

ଚଳିତ ବର୍ଷ ମଧ୍ୟ ଖଡକା ଗ୍ରାମର ପ୍ରାୟ ୨୫ ଜଣ ଲୋକେ ପ୍ରାୟ ୩୨ ଏକର ଜମିରେ ମକା ଚାଷ କରିଥିଲେ। ମକା ଗଛ ଗୁଡ଼ିକ ମଧ୍ୟ ପ୍ରାୟ ୫ ଫୁଟ ବଢିଯାଇଥିଲ।।  ହଠାତ ଆଜି ମୁତମା ଗ୍ରାମର ପ୍ରାୟ ୨୦୦ରୁ ଅଧିକ ପୁରୁଷ ଓ ମହିଳା ଟାଙ୍ଗିଆ, ବାଡି ଓ ଠେଙ୍ଗା ଧରି ଜମି ଭିତରେ ପଶି ମକା ଗଛ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଛନ୍ତି। ଫଳରେ ସେଠାରେ କିଛି ସମୟ ଉତ୍ତେଜନା ମାହୋଲ ଦେଖିବାକୁ ମିଳିଥିଲା। ମୃତମା ଗ୍ରାମ ବାସୀଙ୍କଠୁ ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ମଧ୍ୟ କରି ଫେରିଛି।

ମକା ଫସଲ ନଷ୍ଟ ହେଇଥିବା ଖଡକା ଗ୍ରାମର ଚାଷୀ ମାନେ ହେଲେ କମଲୁ ଲଚନ ଭତ୍ର।, ରଘୁନାଥ ଭତ୍ର।, ଜାନକୀ ଭତ୍ର।, ଲେକି ଭତ୍ର।, ବାସୁ ଭତ୍ର।, ବସମନ୍ ଭତ୍ର।, ଚଇତୁ  ଭତରା, ଲୋକନାଥ ଭତରା , ତ୍ରିନାଥ ଭତରା, ନରସିଂହ ଭତରା, ଜଗନ୍ନାଥ ଭତରା, ସନପତି ଭତରା ପ୍ରମୁଖ। ଉମରକୋଟ ତହସିଲଦାର ଡକ୍ଟର ହିମାଚଳ ମାଝୀଙ୍କ କହିବା ହେଲା ଗତ ବର୍ଷ ସେହି ଜମି ଉପରେ ୧୪୪ ଧାରା ଜାରି କରାଯାଇ ଚାଷ ବନ୍ଦ କରାଯାଇଥିଲା।

ଚଳିତ ବର୍ଷ ମଧ୍ୟ ରାଜସ୍ଵ ନୀରିକ୍ଷକ ସେହି ଗ୍ରାମକୁ ଚାଷ ନ କରିବା ପାଇଁ ଅନୁରୋଧ କରି ଆସିଥିଲେ। ତଥାପି ଲୋକେ ଚାଷ କରିଛନ୍ତି। ମକା ଫସଲ ନଷ୍ଟ ହେବା ପରେ କ୍ଷତି ଗ୍ରସ୍ତ ଲୋକେ ଚିନ୍ତାରେ ପଡିଯାଇଛନ୍ତି। ଚଡକାରେ ସାର କିଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଷ କଲୁ ଏବେ କେମିତି ଋଣ ସୁଝିବୁ ଓ ପରିବାର ପ୍ରତି ପୋଷଣ କରିବୁ। ପ୍ରଶାସନ ଏକ ସ୍ଥାୟୀ ସମାଧାନର ବାଟ ଖୋଜିବା ପାଇଁ  ସାଧାରଣରେ ଦାବି ହେଉଛି। ନଚେତ୍ ଏକ ବଡ ଧରଣର ରକ୍ତାକ୍ତ ସଂଘର୍ଷକୁ ଭବିଷ୍ୟତରେ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

   Related Posts