Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ମାଡି ଆସୁଛନ୍ତି ପଙ୍ଗପାଳ: ୫ ରାଜ୍ୟରେ ଚରିଯିବା ପରେ ଏବେ ଓଡ଼ିଶା ମୁହାଁ

27/05/2020 at 10:16 PM

ଭୁବନେଶ୍ବର୨୭/୫: ମାଡି ଆସୁଛନ୍ତି ପଙ୍ଗପାଳ। ୫ ରାଜ୍ୟରେ ଚରିଯିବା ପରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛନ୍ତି। ଏବେ ରାଜସ୍ତାନ ଦେଇ ମଧ୍ୟପ୍ରଦେଶରେ ପହଞ୍ଚିସାରିଲେଣି। ମାଳମାଳ ହୋଇମାଡି ଆସୁଥିବା ପଙ୍ଗପାଳଙ୍କ ପାଇଁ ଚାଷୀ ଏବେ ଚିନ୍ତାରେ। ପଙ୍ଗପାଳ ମାଡି ଆସୁଥିବା ଦେଖି ଓୟୁଏଟି ପକ୍ଷରୁ ପରାର୍ମଶ ଜାରି କରାଯାଇଥିବା ​‌ବେଳେ କୃଷି ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି।

ପାକିସ୍ତାନରୁ ରାଜସ୍ଥାନ ଦେଇ ମଧ୍ୟପ୍ରଦେଶରେ ମାଡ଼ିଗଲେଣି। ଯେଉଁଠି ବସୁଛନ୍ତି ଚରିଯାଉଛନ୍ତି। ଦେଶର ୫ ରାଜ୍ୟରେ ଉତ୍ପାତ କଲେଣି ପଙ୍ଗପାଳ । ଗୋଟିଏ ସ୍କୋୟାର କିଲୋମିଟର ଅଞ୍ଚଳରେ କୋଟିଏ ଫଙ୍ଗପାଳ ବସୁଛନ୍ତି । ଏକାଥରେ ଏକର ଏକର ଜମି ରାତି ପହିଲା ବେଳକୁ ପଦା କରିଦେଉଛନ୍ତି ।ଏବେ ଉତ୍ତରଭାରତରେ ପଙ୍ଗପାଳ ପାଇଁ ବ୍ୟାପକ ସତର୍କତା ନିଆଯାଇଛି। ଏମାନେ ଛତିଶଗଡ଼ ଡେଇଁ ଓଡିଶା ମୁହାଁ ହେବା ଆଶଙ୍କା ଦେଖାଦେଲାଣି। ବିଶେଷକରି ସୁନ୍ଦରଗଡ, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ପଙ୍ଗପାଳ ବିପଦ ରହିଛି।  ଏମାନଙ୍କୁ ନିୟନ୍ତଣ କରିବାକୁ ସରକାରୀ ସ୍ତର;ରେ ଆରମ୍ଭ ହୋଇଛି ପ୍ରସ୍ତୁତି। କିନ୍ତୁ  ଯେଉଁଭଳି ଭାବରେ ପଙ୍ଗୁ ପାଳ ମାଡି ଆସୁଛନ୍ତି ତାକୁ ଦେଖି ଏବେ ଚାଷୀ ଛାନିଆ।

ପଙ୍ଗପାଳଙ୍କୁ ଆଖି ଆଗରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୃଷି ଅଧିକାରୀ ମାନଙ୍କୁ ଫିଲଡକୁ ଯାଇ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ  ଓୟୁଏଟି ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଫସଲ ଉପରେ ନିମ୍ବ ମଞ୍ଜିର ଉଦ୍ଧୃତାଂଶ ଦ୍ରବଣକୁ ଏକର ପ୍ରତି ୨୦ ଶହ ଲିଟର ହିସାବରେ ଉପରବେଳା ସିଂଚନ କରନ୍ତୁ । ବଜାରରେ ମିଳୁଥିବା ୩ ଶହ ପିପିଏମ ନିମ୍ବ ଅଧାରିତ କୀଟନାଶକକୁ ଏକର ପ୍ରତି ଏକ ଲିଟର ହିସାବରେ ୨ଶହ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ। ପଙ୍ଗପାଳ ଯଦି ଫସଲରେ ପହଞ୍ଚିଯାଇଛନ୍ତି ସେମାନଙ୍କୁ ଟିଣ ବାଡେଇ କଣ୍ଟା ଯୁକ୍ତ ଡାଳରେ  ଘଉଡାନ୍ତୁ। ସଂଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡଗଛ ହଲାନ୍ତୁ , ସେମାନଙ୍କ ଉପରେ କିରାସିନ ମିଶ୍ରିତ ପାଣି ପକାଇ ମାରି ଦିଆନ୍ତୁ।   ଯେହେତୁ ରାଜ୍ୟରେ ପଙ୍ଗପାଳ ଦେଖାଯିବା ଇତିହାସ ନାହିଁ ସେଥିପାଇ ଆତଙ୍କିତ ନ ହେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

କରୋନା ମାଡ ଚାଲିଥିବାବେଳେ ବତ୍ୟା ମାଡ । ଏବେ ଚାଷୀ ଏଥିରୁ ମୁକୁଳି ଖରିଫ ଚାଷ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଲେ ଉତ୍ତରରୁ ମାଡ଼ିଆସିଲେଣି ପଙ୍ଗପାଳ ।

   Related Posts