କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ଝିଟିପିଟି, ଗାଁରେ ପଡିଗଲା ଚହଳ

Published By : Prameya-News7 Bureau | May 19, 2020 IST

ଖଲ୍ଲିକୋଟ୧୯/୫: କ୍ବାରେଣ୍ଟାଇନ ସେଣ୍ଟର ଦିଆଯାଇଥିବା ଖାଦ୍ୟରୁ ବାହାରିଲା ଝିଟିପିଟି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ମହାନାଦପୁର ପଞ୍ଚାୟତ ଖୁରିଗାଁରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀମାନଙ୍କୁ ରଖାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ସେମାନଙ୍କୁ ଦିଆଯାଇଥିବା ଖାଦ୍ୟରୁ ଝିଟିପିଟି ବାହାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଦିଆଯାଇଥିବା ଡାଲିରୁ ମଲା ଝିଟିପିଟି ବାହାରିଥିଲା। ଏହାର କିଛି ସମୟ ପରେ ୫ ଜଣ ପ୍ରବାସୀଙ୍କୁ ବାନ୍ତି ହୋଇଥିଲା।

ଖାଦ୍ୟରୁ ଝିଟିପିଟି ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଚଳହ ପଡିଯାଇଥିଲା। ସ୍ଥାନୀୟ ଲୋକେ କ୍ବାରେଣ୍ଟାଇନ ସେଣ୍ଟର ସମ୍ମୁଖ ଆସି ପାଟିତୁଣ୍ଡ ମଧ୍ୟ କରିଥିବା ସୂଚନା ମିଳିଛି। ଏ ନେଇ ଘଟଣା ନିକଟରେ ମେଡିକାଲ ଟିମ ପହଞ୍ଚି ଥିଲା ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେମାନଙ୍କ ଅବସ୍ଥା ସ୍ଥିର ହେବା ପରେ ପୁଣି କ୍ଵାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଛି। ଉକ୍ତ କେନ୍ଦ୍ର ୩୦ ଜଣ ପ୍ରବାସୀ ରହୁଥିଲେ। ଗତକାଲି ରାତିରେ ସେମାନଙ୍କୁ ଦିଆ ଯାଇଥିବା ଡାଲିରେ ଭୁଲ ବଶତଃ ଝିଟିପିଟି ପଡି ଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.