ଚିକିତ୍ସା କ୍ଷେତ୍ରରେ IMS & SUM ହସ୍ପିଟାଲ ପୁଣି ରଚିଲା ଇତିହାସ: ଦ୍ବିତୀୟଥର ପାଇଁ ଲିଭର ଟ୍ରାନସ୍‌ପ୍ଲାଣ୍ଟ ସଫଳ, ନିୟୋଜିତ ହୋଇଥିଲେ ୫୦ ଜଣ ଡାକ୍ତର

Published By : Prameya-News7 Bureau | November 30, 2020 IST

ଭୁବନେଶ୍ବର୩୦/୧୧: ଆଇଏମସ ଆଣ୍ଡ ସମ୍ ହସପିଟାଲରେ ଦ୍ବିତୀୟ ଥର ପାଇଁ ସଫଳତାର ସହ ଲିଭର ପ୍ରତିରୋପଣ କରାଯାଇଛି । ସମ୍ ଏବଂ ହାଇଦ୍ରାବାଦ AIG ହସପିଟାଲର ୫୦ ଜଣିଆ ଡାକ୍ତରୀ ଟିମ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟକୁ ସଫଳତାର ସହ କରି ପାରିଛନ୍ତି। ଏଥିରେ ୭ଟି ବିଭାଗର ଡାକ୍ତର  ନିୟୋଜିତ ହୋଇଥିଲେ। ଦୀର୍ଘ ୧୨ ଘଣ୍ଟା ଅପରେସନ୍ ପରେ ଏବେ ଉଭୟ ଲିଭର ଡୋନର ଏବଂ ରିସିଭର ସୁସ୍ଥ ଥିବା ଜଣାପଡିଛି ।

{"id":370399,"sizeSlug":"large"}

ଚିକିତ୍ସା କ୍ଷେତ୍ରରେ IMS & SUM ହସପିଟାଲ ପୁଣି ରଚିଲା ଇତିହାସ । ଓଡିଶାର ଚିକିତ୍ସା କ୍ଷେତ୍ରରେ ଦ୍ବିତୀୟଥର ପାଇଁ ଲିଭର ଟ୍ରାନସପ୍ଲାଣ୍ଟ ହୋଇଛି । ଆଇଏମସ ଆଣ୍ଡ ସମ୍ ହସପିଟାଲରେ  ଦ୍ବିତୀୟ ଥର ଲିଭର ଟ୍ରାନ୍‌ସପ୍ଲାଣ୍ଟ ସଫଳତାର ସହିତ ସଂପନ୍ନ ହୋଇଛି। ସମ୍ ହସପିଟାଲ ଏବଂ ହାଇଦ୍ରାବାଦ AIG ହସପିଟାଲର ୫୦ ଜଣିଆ ସ୍ବତନ୍ତ୍ର ଡାକ୍ତର ଟିମ ଏଥିରେ ନିୟୋଜିତ ହୋଇଥିଲେ। ଗତକାଲି ସମ୍ବଲପୁର ଉମେଶ କୁମାର ରାଉତଙ୍କ ଶରୀରରେ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି।

{"id":370400,"sizeSlug":"large"}

ଉମେଶଙ୍କ ଭଉଣୀ ଅନିତା କୁମାରୀ ଲିଭର ଡୋନେଟ କରି ନିଜ ଭାଇର ଜୀବନ ବଞ୍ଚାଇଛନ୍ତି । ଦୀର୍ଘ ୧୨ ଘଣ୍ଟା ଅପରେସନ୍ ପରେ ଏବେ ଉଭୟ ଉମେଶ ଏବଂ ଅନିତା ସୁସ୍ଥ ଥିବା ଜଣାପଡିଛି । ଏଥିପାଇଁ ଏକାଥରକେ ତିନିଟି ଅପରେସନ ଥିଏଟରର ବ୍ୟବହାର ହୋଇଥିଲା। ଗୋଟିକରେ ଉମେଶ, ଦ୍ବିତୀୟଟିରେ ଅନୀତା କୁମାରୀଙ୍କ ଅପରେସନ ହୋଇଥିଲା। ତୃତୀୟ ଓଟିରେ ଲିଭର୍‌ ଟ୍ରାନସପ୍ଲାଣ୍ଟ ହୋଇଥିଲା । ଅନିତା କୁମାରୀଙ୍କ ଲିଭରରୁ ୬୦ ପ୍ରତିଶତ ଅଂଶ କାଟି ଉମେଶଙ୍କଠାରେ ରୋପଣ କରାଯାଇଛି।

{"id":370401,"sizeSlug":"large"}

ଆଇଏମସ ଆଣ୍ଡ ସମ୍ ହସପିଟାଲରେ ଦ୍ବତୀୟଥର ସଫଳତାର ସହ ଲିଭର ଟ୍ରାନସପ୍ଲାଣ୍ଟ ସଂପନ୍ନ ହୋଇଛି। ଲିଭର ଡୋନର୍ ଅନିତା କୁମାରୀ ଏବଂ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଉମେଶ କୁମାର ରାଉତ ଅପରେସନ ପରେ ଉଭୟ ସମ୍ପୂର୍ଣ ଫିଟ୍ ଥିବା ଜଣାପଡିଛି।  ଲିଭର ଟ୍ରାନ୍‌ସପ୍ଲାଣ୍ଟ ସଫଳତାରେ ସମ୍ ହସପିଟାଲର ଡାକ୍ତରମାନଙ୍କୁ  ଧନ୍ୟବାଦ ଦେଇଛନ୍ତି ଉମେଶଙ୍କ ଧର୍ମପତ୍ନୀ ଓ ଅନୀତାଙ୍କ ସ୍ବମୀ। ସେହିପରି ଆଇଏମସ ଆଣ୍ଡ ସମ୍ ହସପିଟାଲ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି ।

ହାଇଦ୍ରାବାଦର ଏ.ଆଇ.ଜି୍ ଏବଂ ସମ୍ ହସପିଟାଲ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି । ଆଗକୁ ଲିଭର ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ କମ୍ ଖର୍ଚ୍ଚରେ କିଭଳି ଭଲ ଚିକିତ୍ସା ଯେଗାଇ ଦେଇ ହେବ ସେନେଇ ଉଭୟ ହସ୍ପିଟାଲ ମଧ୍ୟରେ ଚୁକ୍ତି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.