Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଲକଡାଉନ୍ ସମୟରେ ମଦ ଦୋକାନ ଖୋଲା: ଏମିତି ନିର୍ଦ୍ଦେଶ ଜାରି କରିଛନ୍ତି କେଉଁ ରାଜ୍ୟର ସରକାର ?

25/03/2020 at 4:43 PM

ଚଣ୍ଡିଗଡ଼୨୫/୩:ଲକଡାଉନ୍‌ ସମୟରେ ଦୁଇଟି ରାଜ୍ୟରେ ମଦ ବିକ୍ରି ଜାରି ରହିବ। କେରଳ ଏବଂ ପଞ୍ଜାବ ସରକାର ମଦକୁ ଅତ୍ୟାବଶ୍ୟକୀୟ ଜିନିଷରେ ଅନ୍ତର୍ଭୁକ୍ତ କରିଛନ୍ତି। ଦେଶର ଏଭଳି ସ୍ଥିତିରେ ମଦ ବିକ୍ରି ନେଇ ୨ଟି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜାରି ହୋଇଥିବା ଏକ ସୂଚନା ତାଙ୍କ ପାଖରେ ପହଞ୍ଚିଛି। ସେଥିରେ ଉଲ୍ଲେଖ ରହିଛି ଯେ, ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ରୋଷେଇ ସାମଗ୍ରୀ ଏବଂ ମଦ ଦୋକାନ ଖୋଲା ରହିବ। ରାଜ୍ୟରେ ଏଭଳି ପରସ୍ଥିତିରେ ଏହି ଉପାୟ ଆପଣାଇବା ଉଚିତ୍ ବୋଲି ବିଜୟନ କହିଛନ୍ତି।

ବିଜୟନ କହିଛନ୍ତି, ଯେତେବେଳେ କେରଳରେ ମଦ ବିକ୍ରି ବନ୍ଦ ହୋଇଥିଲା, ସେତେବେଳେ ବିଭିନ୍ନ ସାମାଜିକ ମୁଦ୍ଦା ସାମ୍ନା ଆସିଥିଲା। ରାଜ୍ୟରେ ମଦ ବିକ୍ରି  ନିଷ୍ପତ୍ତିକୁ ସମାଲୋଚନା କରି ବିରୋଧୀ ଦଳର ନେତା ରମେଶ ଚେନ୍ନାଇଥାଲା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ଅଧିକ ବିପଦଜନକ ପରିସ୍ଥିତି ସୃଷ୍ଟି କରିବ। ସେହିପରି ପଞ୍ଜାବ ସରକାରର ଜଣେ ମୁଖପାତ୍ର କହିଛନ୍ତି ଯେ, ମଦ ଦୋକାନ ବିକ୍ରି ନେଇ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଏହି କଥା ସୂଚନା ଦେଇଥିବା କଥାକୁ ଖଣ୍ଡନ କରିଛନ୍ତି।

   Related Posts