Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

କାଠଗଡାରେ ଥାଇ ବିଚାରପତିଙ୍କ ଉପରକୁ ଚପଲ ଫୋପାଡିଲା ବିଚାରାଧୀନ ବନ୍ଦୀ, ଏବେ ୨ ବର୍ଷ ଭୋଗିବ ଜେଲ୍

9/03/2021 at 6:48 PM

ନୂଆଦିଲ୍ଲୀ ୦୯।୦୩: କୋର୍ଟରେ ଚାଲିଥିଲା ଶୁଣାଣି। ହେଲେ ଏହି ସମୟରେ ଘଟିଲା ଅଭାବନୀୟ ଘଟଣା। ରାଗରେ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଅଭିଯୁକ୍ତ। ଏହି ଅପରାଧରେ ୩୫ ବର୍ଷୀୟ ବିଚାରଧୀନ କଏଦୀଙ୍କୁ କୋର୍ଟ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ମଙ୍ଗଳବାର ମହାରାଷ୍ଟ୍ରର ଠାଣେ ଜିଲ୍ଲା କୋର୍ଟରେ ଘଟିଛି।

ଜିଲ୍ଲା ଜଜ୍ ପିଏମ ଗୁପ୍ତା ମାର୍ଚ୍ଚ ୫ରେ ଗଣେଶ ଲକ୍ଷ୍ମଣ ଗାଏକଓ୍ଵାଡଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୩ ଓ ୨୯୪ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଦେଶର କପି ସୋମବାର ଜାରି କରାଯାଇଥିଲା। ଅତିରିକ୍ତ ସରକାରୀ ଓକିଲ ଏସଏମ ଦାଣ୍ଡେକର ଅଦାଲତଙ୍କୁ କହିଥିଲେ ଯେ, ଅଭିଯୁକ୍ତ ନଭି ମୁମ୍ବାଇର ଜଣେ ଶ୍ରମିକ। ଏବେ ସେ କେନ୍ଦ୍ରୀୟ କାରାଗାରରେ ବନ୍ଦୀ।

ଆଜି ମାମଲାର ଶୁଣାଣି ଚାଲି ବେଳେ ଅଭିଯୁକ୍ତ ଅଦାଲତରେ କହିଥିଲେ ଯେ, ତାଙ୍କୁ ଦିଆଯାଇଥିବା ଓକିଲ ଶୁଣାଣି ବେଳେ ବାରମ୍ବାର କୋର୍ଟରେ ଅନୁପସ୍ଥିତ ରହୁଛନ୍ତି। ଏହା ପରେ ତାଙ୍କୁ ଅଲଗା ଓକିଲ ଦିଆଯିବ ଏବଂ ଶୁଣାଣି ପାଇଁ ପୁଣି ଥରେ ଅଲଗା ତାରିଖ ରଖାଯିବ।

ନିଜ ଓକିଲ କୋର୍ଟ ଆସୁନଥିବାରୁ ଏବଂ ଶୁଣାଣି ତାରିଖ ବାରମ୍ବାର ଗଡୁଥିବାରୁ ଅତିଷ୍ଠ ହୋଇ ବିଚାରଧୀନ କଏଦୀ ନିଜ ଚପଲ ଖୋଲି ବିଚାରପତିଙ୍କ ଉପରକୁ ଫିଙ୍ଗିଥିଲେ। ଅଭିଯୁକ୍ତ ବିଚାରପତିଙ୍କୁ ଅପଶବ୍ଦ କରି ଗାଳି ମଧ୍ୟ କରିଥିଲେ। ଏହା ପରେ ବିଚାରପତି ନିଜର ଆଦେଶରେ ଅଭିଯୁକ୍ତ ଦ୍ଵାରା ହୋଇଥିବା ଅପରାଧ ଗମ୍ଭୀର ଏବଂ ସେ କୌଣସି ପ୍ରକାରର ସହାନୁଭୂତିର ହକଦାର ନୁହେଁ ବୋଲି କହିଛନ୍ତି। ଅଭିଯୁକ୍ତକୁ କୋର୍ଟ ଏହି ଅପରାଧ ପାଇଁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

   Related Posts