ରାଉରକେଲାରେ ଭୁଷୁଡି ପଡିଛି ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା: ଏସ୍‌ପି ଏବଂ ଡ଼ିଆଇଜିଙ୍କ ବଦଳି ଦାବି

Published By : Prameya-News7 Bureau | June 11, 2020 IST

ରାଉରକେଲା୧୧/୬: ରାଉରକେଲାରେ ଭୁଷୁଡି ପଡିଛି ଆଇନ୍ ଶୃଙ୍ଖଳା ବ୍ୟବସ୍ଥା। ପୋଲିସ୍ ଉପରକୁ ହେଉଛି ପଥର ମାଡ଼। କରୋନା ସମୟରେ କରାଯାଉଛି ଶୋଭାଯାତ୍ରା । ନିରବଦ୍ରଷ୍ଟା ସାଜିଛି ରାଉରକେଲା ପୋଲିସ୍ ଆଉ ଜିଲ୍ଲା ପ୍ରଶାସନ । ଆଉ ଏବେ ଲୋକେ ତାତିଲେଣି ଦାବି ରାଉରକେଲା ଏସ୍‌ପିଙ୍କ ସହ ପଶ୍ଚିମାଞ୍ଚଳ ଡିଇଆଜିଙ୍କୁ ତୁରନ୍ତ ବଦଳି  ।

ରାଉରକେଲା ଏସ୍‌ପିଙ୍କ ସହ ପଶ୍ଚିମାଂଚଳ ପୋଲିସ ଡିଆଇଜି ଏବେ ହରଡ଼ ଘଣାରେ ପଡିଛନ୍ତି। ଏହି ଦୁଇ ପୋଲିସ୍ ଅଧତ୍କାରୀଙ୍କ ବଦଳି ଦାବି ନେଇ ରାଉରକେଲାବାସୀଙ୍କ ଦାବି ଜୋର ଧରିଛି।  କରୋନା ମୁକାବିଲା ପାଇଁ କରାଯାଉଥିବା ନୀତି-ନିୟମ ସବୁକୁ ବେଖାତିର କରାଯାଉଥିବା ରାଉରକେଲାବାସୀ ଅଭିଯୋଗ କରିଛନ୍ତି । ରାଉରକେଲା ନାଲା ରୋଡ଼ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ କରୋନା ପଜେଟିଭ୍ ରିର୍ପୋଟ ଆସିବାରୁ ପ୍ରଶାସନ ଗତ ଏପ୍ରିଲ୍ ୨୬ ତାରିଖରେ ଅନର୍ଦ୍ଧିଷ୍ଟ କାଳ ପାଇଁ ଘୋଷଣା କରିଥିଲେ କଣ୍ଟେନମେଣ୍ଟ୍ ସହ ବଫର ଜୋନ୍ । କିନ୍ତୁ ସେଠାର ଲୋକେ କଣ୍ଟେନମେଣ୍ଟ୍ ର ନୀତି ନିୟମକୁ ମାନିବାକୁ ରାଜି ନଥିଲେ।

ଗତ ମେ ୫ ତାରିଖରେ ସେହି ନାଲାରୋଡ ଅଞ୍ଚଳକୁ ଅଞ୍ଚଳକୁ ଯାଇଥିବା ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଣି ମେ ୨୬ ତାରିଖରେ ଜୋର ଜବରଦସ୍ତି କଣ୍ଟେନମେଣ୍ଟ୍ ଜୋନ୍‌ର ବ୍ୟାରିକେଟ୍ ଭାଙ୍ଗିବା ସହ ଜଳା ପୋଡା ଆରମ୍ଭ କରି ଦେଇଥିଲେ। ଏହା ପରେ  ପୋଲିସ୍‌କୁ ପଥର ମାଡ଼ କରିବା ସହ କାର୍ଯ୍ୟରତ ସାମ୍ବାଦିକଙ୍କୁ ମଧ୍ୟ ମାଡ଼ ମାରି ଥିଲେ। ଏହି ତମାମ ଘଟଣାରେ ଏସ୍‌ପି ଏବଂ ପଶ୍ଚିମାଞ୍ଚଳ ଡିଆଇଜି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି। ରାଉରକେଲାବାସୀଙ୍କ ଅସନ୍ତୋଷକୁ ସାନ୍ତ୍ବନା ଦେବାଲାଗି ଲୋକ ଦେଖାଣିଆ ଭାବେ ୩୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍। ଗିରଫ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.