ଦୁଷ୍କର୍ମ ମାମଲାରେ ପାଖାପାଖି ୧୫ ବର୍ଷ ତଳେ ଶେଷଥର ପାଇଁ ଦିଆଯାଇଥିଲା ଫାଶୀ, କିଏ ସେ ବ୍ୟକ୍ତି, ଏବେ ବି ଦେଶର ଝିଅମାନେ ନ୍ୟାୟ ଅପେକ୍ଷାରେ, ପଢ଼ନ୍ତୁ ପୂରା ଘଟଣା

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ୭/୧୨: ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ଦୁଷ୍କର୍ମକାରୀଙ୍କ ଏନକାଉଣ୍ଟକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି। ସବୁ ସତ୍ତ୍ବେ ବି ଦେଶର ଝିଅମାନେ ନ୍ୟାୟ ପାଇବା ପାଇଁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ତାହା ଭିତରେ ବିନା ପ୍ରମାଣରେ ବି ଅଧାରୁ ଅଧିକ ଦୋଷୀ ନିର୍ଦ୍ଦୋଶ ଖସି ଯାଉଛନ୍ତି। ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଭାରତୀୟ ଦଣ୍ଡ ବିଧାନରେ ଏକ ନିୟମ ରହିଛି। ଦୁଷ୍କର୍ମ ମାମଲାରେ ପାଖାପାଖି ୧୫ ବର୍ଷ ତଳେ ଶେଷଥର ଅଭିଯୁକ୍ତ ଫାଶୀ ଦିଆଯାଇଥିବା ନଜୀର ରହିଛି।

ଦୁଷ୍କର୍ମ ମାମଲାରେ ୨୦୦୪ ମସିହାରେ ଜଣେ ଦୁଷ୍କର୍ମକାରୀକୁ ଫାଶୀ ଦିଆଯାଇଥିଲା। ଧନଞ୍ଜୟ ନାମକ ଜଣେ ବ୍ୟକ୍ତି ୧୪ ବର୍ଷର ଝିଅକୁ ଦୁଷ୍କର୍ମକରି ନିର୍ମମ ଭାବେ ହତ୍ୟା କରିଥିଲା। ଦୁଷ୍କର୍ମ ମାମଲାରେ ୨୦୦୪  ମସିହା ଅଗଷ୍ଟ ୧୪ ତାରିଖରେ କୋଲକୋତାର ଅଲିପୋର ସେଣ୍ଟ୍ରାଲ ଜେଲରେ ଧନଞ୍ଜୟକୁ ଫାଶୀ ଦିଆଯାଇଥିଲା। ସେହି ଦିନ ଅଭିଯୁକ୍ତ ଜନ୍ମଦିନ ଥିଲା। ୧୯୯୧ ମସିହା ପରେ ପଶ୍ଚିମବଙ୍ଗର ଏହା ପ୍ରଥମ ଫାଶୀ ଥିଲା।

୨୦୧୭ ମସିହାରେ ଅଲଗା ଅଲଗା ମାମଲାରେ ୧୦୯ ଜଣଙ୍କୁ ଫାଶୀ ସଜା ଶୁଣାଯାଇଛି। ଏଥିରେ ୪୩ ଜଣ ଦୁଷ୍କର୍ମ ମାମଲାରେ ଜଡିତ ରହିଛନ୍ତି। ସେହିପରି ୨୦୧୬ ମସିହାରେ ଦୁଷ୍କର୍ମ ମାମଲାରେ ୨୪ ଜଣଙ୍କୁ ଅଦାଲତ ଫାଶୀ ସଜା ଶୁଣାଇଛନ୍ତି। ୨୦୧୨ ମସିହାରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।  ଦୀର୍ଘ ୭ ବର୍ଷ ପରେ ଦୁଷ୍କର୍ମକାରୀମାନେ ଜେଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.