Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ।
  • ||
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||

ଭଲରେ ଗାଁରେ ପହଁଞ୍ଚିଲା ପୁଅ, ମାଆର ଶେଷ କଥା- ଦେହ ପା’ର ଯତ୍ନ ନେବୁ ; ତା ପରେ କେବଳ ଦୁଃଖ, ଶୋକ ଆଉ ଲୁହ…

18/05/2020 at 3:43 PM

ସାନଖେମୁଣ୍ଡି୧୮/୫: ମାଆ ସହ ପୁଅର ଶେଷ କଥା। ମାଆ ମୁଁ ଭଲରେ ଭଲରେ ଗାଁରେ ପହଁଞ୍ଚିଲି। ମାଆ କହିଲା ପୁଅରେ ତୋ ଦେହ, ପା’ ର ଯତ୍ନ ନେବୁ। ସରକାରଙ୍କ ନିୟମ ମାନି ଚଳିବୁ। ମୁହଁରେ ମାସ୍କ ପିନ୍ଧି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଦେଖି-ଚାହିଁ ଚଳିବୁ। ବାସ୍‌ ଏତିକି କଥା। ରାତିରେ ପୁଅ ଶୋଇବାକୁ ଯିବା ବେଳେ ହଠାତ୍ ଫୋନ୍‌ ଆସିଲା ତାଙ୍କ ମାଆ ଆଉ ଏ ଦୁନିଆଁରେ ନାହାନ୍ତି। ଏହି କଥା ଶୁଣିବା ପରେ ବିଦେଶୀ ଫେରନ୍ତା ପୁଅ ଆଖିରୁ ଲୁହ ଧାର ଧାର ହୋଇ ବୋହି ଗଲା। ଏମିତି ଭାଗ୍ୟର ବିଡ଼ମ୍ବନା ଯେ, ଶେଷ ସମୟରେ ମାଆକୁ ମୁଖାଗ୍ନୀ ଦେଇ ପାରିଲା ନାହିଁ ବିଦେଶୀ ଫେରନ୍ତା ପୁଅ। କ୍ବାରେଣ୍ଟାଇନ୍‌ ସେଣ୍ଟରର ଆବଦ୍ଧ କୋଠରୀ ଭିତରେ ବିଦେଶୀ ଫେରନ୍ତା ପୁଅ ମାଆକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଆଡ଼ପଡ଼ା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି।

ସାଙ୍ଗସାଥୀଙ୍କ ସହ ସୁଶାନ୍ତ ଅହମଦାବାଦରୁ ଫେରି ନିଜ ଗାଁରେ ସକାଳ ୯ଟା ପହଁଞ୍ଚିଥିଲେ। ସେ ପହଁଞ୍ଚିବା ପରେ ପ୍ରଥମେ ତାଙ୍କ ମାଆଙ୍କୁ ଫୋନ୍ କରିଥିଲେ। କିଛି ମିନିଟ୍ ପାଇଁ ମାଆ- ପୁଅ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ଏହି କିଛି ସମୟ ବୋଧେ ମାଆ ସହ ପୁଅର ଶେଷ କଥା ଥିଲା। ରାତି ନ ପାହାଣୁ ସବୁ ସରିଗଲା। ଦିନ ବେଳେ ଯେଉଁ  ମାଆ ହସ ଖୁସିରେ କଥା ହେଉଥିଲା, ରାତିରେ ଆଖି ବୁଜିଦେଲା।ଏମିତି କେମିତି ହେଲା। ଏହାକୁ ସହଜରେ ହଜମ କରି ପାରୁ ନାହିଁ ବିଦେଶୀ ଫେରନ୍ତା ପୁଅ ସୁଶାନ୍ତ। ପୁଣି ବିଦେଶୀରୁ ଫେରିଥିବା ଯୋଗୁଁ ତାଙ୍କୁ କ୍ବାରେଣ୍ଟାଇନ୍ ରଖାଯାଇଛି। ମାଆର ଶେ​‌ଷ ସମୟରେ ବି ରହିପାରିଲା ନାହିଁ ହତଭାଗା ପୁଅ। ସୁଶାନ୍ତଙ୍କ ମାଆଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ସରପଞ୍ଚ ଓ ନୋଡାଲ ଅଫିସର୍‌ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ଏପଟେ ମାଆର ସେହି ପୁରୁଣା କଥା ମନେ ପକାଇ ଆବଦ୍ଧ କୋଠରୀ ଭିତରେ ଭୋ ଭୋ ହୋଇ କାନ୍ଦୁଛି ସୁଶାନ୍ତ। ଭିଡିଓ କଲିଂରେ ମାଆର ଶବ ସଂସ୍କାର ଦେଖିଲେ ସୁଶାନ୍ତ

ବାପା-ମାଆ ଛେଉଣ୍ଡ ହୋଇଗଲେ ସୁଶାନ୍ତ। ଛୋଟ ବେଳେ ବାପାଙ୍କୁ ହରାଇଛନ୍ତି। ରୋଗୀଣ ଭଉଣୀ ଏବଂ ମାଆଙ୍କୁ ନେଇ ଜୀବନ ସହ ସଂଘର୍ଷ କରି ବଞ୍ଚୁଥିବା ସୁଶାନ୍ତ ପୁଣି ନିଜ ମାଆଙ୍କୁ ହରାଇ ଦେଲେ। ଏତେ କମ୍ ବୟସରେ ସଂସାର ସବୁ ବୋଝ ଭଗବାନ ସୁଶାନ୍ତ ମୁଣ୍ଡରେ ଢ଼ାଳି ଦେଇଛନ୍ତି। ୨୨ ବର୍ଷୀୟ ପୁଅ ଅହମଦ।ବ।ଦ ସ୍ପିନିଂ ମିଲରେ କାମ କରୁଥିଲେ ୬ ମାସ ହେବ ସେଠି କାମ କରୁଥିବା ବେଳେ ଅଦୃଶ୍ୟ ମହାମାରୀ କରୋନା ପାଇଁ ଘର ବାହୁଡାର ଯାତ୍ରା ଆରମ୍ଭ ହୋଇଥିଲା। ଏବେ କ୍ବାରେଣ୍ଟାଇନ୍ ସେଣ୍ଟର ସମ୍ମୁଖରେ ମାଆକୁ ମନେ ପକାଇ କାନ୍ଦୁଛି ସୁଶାନ୍ତ।

   Related Posts