Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯେଉଁ ସ୍ଥାନରେ ଅବତରଣ କରିବାକୁଥିଲା ଚନ୍ଦ୍ରୟାନ-୨ ତାକୁ ପିତରଙ୍କ ସ୍ଥାନ ଚିହ୍ନତ କରିଛନ୍ତି ଭାରତୀୟ ପୁରାଣ ଓ ଗ୍ରନ୍ଥ

ଧର୍ମ: ଭାରତୀୟ ପୁରାଣ ଓ ଗ୍ରନ୍ଥରେ ଚନ୍ଦ୍ରଙ୍କ ସମ୍ପର୍କରେ ଯେତିକି ବର୍ଣ୍ଣନା ରହିଛି ହୁଏତ ତାହା ଅନ୍ୟ କୌଣସି ଜ୍ଞାନ କୋଷରେ ନାହିଁ। ବିଜ୍ଞାନର ଅଗ୍ରଗତି ପୂର୍ବରୁ ଭାରତର ମୁନିଋଷିମାନେ ଚନ୍ଦ୍ର ସମ୍ପର୍କରେ ଯାହା ଉଲ୍ଲେଖ କରିଯାଇଛନ୍ତି ତାହାହିଁ ବିଜ୍ଞାନରେ ପ୍ରମାଣିତ ହେଉଛି। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ ‘ଇସ୍ରୋ’ ତାର ଚନ୍ଦ୍ର ଯାନ-୨କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ମସୁଦ୍ଧା କରିଥିଲା। ପୃଥିବୀବାସୀଙ୍କ ଲାଗି ଚନ୍ଦ୍ରଙ୍କ ଏହି ମେରୁ ଅଦୃଶ୍ୟ ବୋଲି ଭାରତୀୟ ପୁରାଣରେ ବର୍ଣ୍ଣିତ ଅଛି। କାରଣ ଏଠାରେ ପିତରମାନେ ବାସ କରନ୍ତି ବୋଲି ଭାରତୀୟ ଧର୍ମଗ୍ରନ୍ଥରେ ବହୁ ହଜାର ବର୍ଷ ପୂର୍ବରୁ ମନିଷିମାନେ ଉଲ୍ଲେଖ କରିଯାଇଛନ୍ତି।

ବୈଜ୍ଞାନିକମାନେ ଚନ୍ଦ୍ରରେ ଜଳର ସନ୍ଧାନ କରୁଛନ୍ତି। ଏଥିଲାଗି ଚନ୍ଦ୍ରକୁ ନେଇ ବିଶ୍ୱର ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରୟୋଗ ବର୍ଷବର୍ଷ ହେଲା କରିଚାଲିଛନ୍ତି। ତେବେ ଭାରତୀୟ ଶାସ୍ତ୍ରରେ ଚନ୍ଦ୍ରଙ୍କୁ ଜଳର କାରକ ବୋଲି ସିଦ୍ଧାନ୍ତ ଲେଖିଯାଇଛନ୍ତି। କେବଳ ସେତିକି ନୁହେଁ ଭାରତୀୟ ମୁନିଋଷି ହିଁ ପ୍ରଥମେ ଚନ୍ଦ୍ରଙ୍କର ନିଜସ୍ୱ ଆଲୋକ ନଥିବା ବିଶ୍ୱକୁ ଜଣାଇଥିଲେ। ହେଲେ ବିଜ୍ଞାନର ଉଦଭାବନ ଓ ବିକାଶର ଦୀର୍ଘ ବର୍ଷପରେ ବିଜ୍ଞାନ ଭାରତୀୟ ଶାସ୍ତ୍ରଜ୍ଞଙ୍କୁ ସ୍ୱୀକାର କରିଥିଲା। ତ୍ରୈତ୍ରିୟ ସଂହିତାରେ ଚନ୍ଦ୍ରଙ୍କୁ ସୂର୍ଯ୍ୟ-ରଶ୍ମୀ ଚନ୍ଦ୍ର ବୋଲି ସମ୍ବୋଧିତ କରାଯାଇଥିବା ଦେଖାଯାଏ।

ସେହିପରି ଚନ୍ଦ୍ରଙ୍କର ଦକ୍ଷିଣ ମେରୁ ସମ୍ପର୍କରେ ବି ଭାରତୀୟ ପୁରାଣ ଶାସ୍ତ୍ରରେ ବିସ୍ତୃତ ବିର୍ଣ୍ଣନା ରହିଛି। ଆମର ପୂର୍ବଜ ପରଲୋକ ପ୍ରାପ୍ତ ହେଲେ ପିତର ହୁଅନ୍ତି ବୋଲି ଏଥିରେ ବର୍ଣ୍ଣିତ ରହିଛି। ଏହି ପିତରଙ୍କ ବାସସ୍ଥାନ ଚନ୍ଦ୍ରଙ୍କର ଦକ୍ଷିଣ ମେରୁ ଦର୍ଶାଯାଇଛି। ଏହା ପୃଥିବୀର ଅପରପାର୍ଶ୍ୱରେ। ଏଣୁ ପୃଥିବୀବାସୀଙ୍କୁ ଚନ୍ଦ୍ରଙ୍କର ଏହି ପାର୍ଶ୍ୱ କେବେ ଦେଖାଯାଏ ନାହିଁ।  ହେଲେ ଚନ୍ଦ୍ରଙ୍କର ଏହିପାର୍ଶ୍ୱ ଯୋଗୁ ପୃଥିବୀରେ ସୂର୍ଯ ପରାଗ ଓ ଚନ୍ଦ୍ରଗ୍ରହଣ ହୋଇଥାଏ।  ଚନ୍ଦ୍ରଙ୍କର ଏହି ଭାଗରେ ସୂର୍ଯ୍ୟଙ୍କ ପ୍ରକାଶ ସମ୍ପୂର୍ଣ୍ଣ ଭାବେ ପଡିପାରେ ନାହିଁ। ଏଠାରେ ୧୫ ଦିନ ରାତି ରହୁଥିବା ବେଳେ ୧୫ ଦିନ ଆଲୋକିତ ହୋଇଥାଏ। ତେବେ ସୂର୍ଯ୍ୟଙ୍କ ପୂର୍ଣ୍ଣ ପ୍ରକାଶ ପଡୁନଥିବାରୁ ଏହା ଧୁଆଁଳିଆ ବା କୁହୁଡି ଆଚ୍ଛାଦିକ ବୋଲି ଭାରତୀୟ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି। 

   Related Posts