ପରିବା ବିକାଳୀଙ୍କୁ ମାର୍କେଟ ମଝିରେ ମାଡ଼

Published By : Prameya-News7 Bureau | July 16, 2020 IST

ବାଲିଗୁଡା୧୬/୭: ବର୍ତ୍ତମାନ କରୋନା କଟକଣାରେ ହନ୍ତସନ୍ତ ହେଉଛନ୍ତି ବ୍ୟବସାୟୀମାନେ। ସରକାର ଅନଲକ୍‌-୨ ରେ କୋଭିଡ୍ କଟକଣା ଟିକେ କୋହଳ କରିବା ପରେ ପେଟ ପାଟଣା ପାଇଁ ପରିବା ଦୋକାନୀ ବ୍ୟାଗରେ ପରିବା ନେଇ ବଜାରକୁ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଜଣେ ପରିବା ଦୋକାନୀ ପରିବା ନ ବିକ୍ରି କଲେ, ତାଙ୍କ ପରିବାର ଭୋକ-ଉପାସରେ ରହିବେ। ତେଣୁ ଏଭଳି ପରିସ୍ଥିତିରେ ମହିଳା ପୋଲିସ୍ କର୍ମଚାରୀ ଜଣେ ପରିବା ବିକାଳୀଙ୍କୁ ବାଡେଇବା କେତେ ଯାଥାର୍ଥ। ଅତ୍ୟାବଶ୍ୟକ ଓ କୃଷି ସାମଗ୍ରୀ ବିକ୍ରିପାଇଁ କଟକଣା ନ ଥିବା ସତ୍ତ୍ବେ ଘୁ ଉଦୟଗିରି ବଜ଼ାରରେ ଝୁଡୁଙ୍ଗ ବିକ୍ରି କରିିବା ପାଇଁ  ବ୍ୟାଗ ଖୋଲୁ ଖୋଲୁ ପୋଲିସ୍ ଲାଠି ପରିବା ବିକାଳୀଙ୍କୁ ମହିଳା ପୋଲିସ୍ ବାଡ଼େଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.