କରୋନା ସଙ୍କଟ: ଅର୍ଥବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଭାବ, ୫୨% ହରାଇ ପାରନ୍ତି ଚାକିରି

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୦୫।୦୪: କରୋନା ଭାଇରସର କମ୍ୟୁନିଟି ବ୍ୟାପିବାକୁ ରୋକିବା ପାଇଁ ସରକାର ଦ୍ଵାରା ଲାଗୁ କରାଯାଇଥିବା ୨୧ ଦିନିଆ ଦେଶବ୍ୟାପି ଲକଡାଉନରେ ଅର୍ଥବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିବ।  ଭାରତୀୟ ଉଦ୍ୟୋଗ ପରିସଙ୍ଘ(ସିଆଇଆଇ)ଏକ ସର୍ବେକ୍ଷେଣରେ ଜାଣିବାକୁ ମିଳିଛି ଯେ, ବଡ ସଂଖ୍ୟାରେ ଲୋକଙ୍କ ଚାକିରି ଯିବାର ଆଶଙ୍କା ରହିଛି। ସିଆଇଆଇର ପ୍ରାୟ ୨୦୦ ପ୍ରମୁଖ କାର୍ଯ୍ୟକାରୀ ଅଧିକାରୀଙ୍କ ମଧ୍ୟରେ  କରାଯାଇଥିବା ଅନଲାଇନ୍ ସର୍ବେକ୍ଷେଣ ‘ସିଆଇଆଇ ସିଇଓ ସ୍ନାପ’ ପୋଲ ମୁତାବକ ଚାହିଦାରେ ହ୍ରାସ କାରଣରୁ ଅଧିକାଂଶ କମ୍ପାନୀର ଆୟରେ ହ୍ରାସ ଘଟିଛି। ଏଥିରେ କର୍ମଚାରୀଙ୍କ ଚାକିରି ଚାଲି ଯିବାର ଆଶଙ୍କା ଘନୀଭୂତ ହୋଇଛି।

ଆୟରେ ୧୦ ପ୍ରତିଶତରୁ ଅଧିକ ହ୍ରାସ

ସର୍ବେକ୍ଷେଣ ଅନୁସାରେ ଚଳିତ ତ୍ରୈମାସ(ଏପ୍ରିଲ-ଜୁନ) ଓ ଗତ ତ୍ରୈମାସ(ଜାନୁଆରୀ-ମାର୍ଚ୍ଚ) ସମୟରେ ଅଧିକାଂଶ କମ୍ପାନୀର ଆୟରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇବାର ଆଶଙ୍କା ରହିଛି। ଏଥିରେ ଦୁଇ ତ୍ରୈମାସରେ ସେମାନଙ୍କର ଲାଭ ୫ ପ୍ରତିଶତରୁ ଅଧିକ ଖସି ପାରେ।

{"id":249471,"sizeSlug":"large"}

ସିଆଇଆଇ କହିଛି ଯେ, ଘରୋଇ କମ୍ପାନୀଗୁଡିକର ଆୟ ଓ ଲାଭରେ ହ୍ରାସର ପ୍ରଭାବ ଦେଶର ଆର୍ଥିକ ବୃଦ୍ଧି ହାର ଉପରେ ମଧ୍ୟ ପଡିବ। ଏହା ସହିତ ୫୨ ପ୍ରତିଶତ ଲୋକ ନିଜର ଚାକିରି ହରାଇ ପାରନ୍ତି। ସର୍ବେକ୍ଷେଣ ଅନୁସାରେ ଲକଡାଉନ ଶେଷ ହେବା ପରେ ୪୭ ପ୍ରତିଶତ କମ୍ପାନୀରେ ୧୫ ପ୍ରତିଶତରୁ କମ ଚାକିରି ଚାଲି ଯିବାର ସମ୍ଭାବନା ରହିଛି। ଅନ୍ୟ ୩୨ ପ୍ରତିଶତ କମ୍ପାନୀରେ ଚାକିରି ଯିବାର ହାର ୧୫ ରୁ ୩୦ ପ୍ରତିଶତ ମଧ୍ୟରେ ରହିବ।

ଲକଡାଉନରେ ବଡ ଘାଟା

ରିପୋର୍ଟରେ କୁହାଯାଇଛି ଯେ, ଲକଡାଉନ କାରଣରୁ  ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୧୨୦ ଅରବ ଡଲାରର କ୍ଷତି ଘଟିପାରେ ଯାହା ଜିଡିପିର ୪ ପ୍ରତିଶତ। ଏଥିରୁ ୯୦ ଅରବ ଡଲାରର କ୍ଷତି ଲକଡାଉନ ଅବଧି ବଢାଇବା କାରଣରୁ ହେବ। ଅର୍ଥାତ ଏହାର ପ୍ରଭାବ ଜିଡିପିର ଅଭିବୃଦ୍ଧି ହାର ଉପରେ ମଧ୍ୟ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.