Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଖୋଲିଲା ଗୁମର: ସେକ୍ସ ରାକେଟ ସାଂଗକୁ ସେକ୍ସ ପାୱାର ମେଡିସିନର ବେଆଇନ ବ୍ୟବସାୟ ମଧ୍ୟ କରୁଥିଲା ସଞ୍ଜୟ ଯାଦବ, ନାବାଳିକାଙ୍କୁ ଏହି ମେଡିସିନ ଦେଇ ପଠାଉଥିଲା ବହୁ ପ୍ରଭାବଶାଳୀ ଲୋକଙ୍କ ପାଖକୁ

1/08/2019 at 6:02 PM

ବିହାର୧|୮: ବିହାରାର ପାଟନା ଓ ଭୋଜପୁରରେ ବେଆଇନ ଭାବେ ଚାଲିଥିବା ବହୁ ଚର୍ଚ୍ଚିତ ସେକ୍ସରାକେଟର ପର୍ଦ୍ଦାଫାଶ ହୋଇଛି। ଏହି ସେକ୍ସ ରାକେଟର ମାଷ୍ଟରମାଇଣ୍ଡ ସଂଜୟ ଯାଦବ ପଣ୍ଡିତକୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି। ସେକ୍ସ ପାଓ୍ବାର ମେଡିସିନ ତିଆରି କାରବାର ମାଷ୍ଟରମାଇଣ୍ଡ ଥିଲେ ସଂଜୟ ଯାଦବ। ଏହି ସେକ୍ସ ପାଓ୍ବାର ମେଡିସିନ ଖାଇବା ଦ୍ବାରା ଏହାର ପ୍ରଭାବ ସିଧା ମସ୍ତିଷ୍କରେ ପଡିଥାଏ। ନାବାଳିକାଙ୍କୁ ଏହି ମେଡିସିନ ଖାଇବାକୁ ଦିଆଯାଇ ତାଙ୍କୁ ଖରାପ କାମରେ ନିୟୋଜିତ କରାଯାଉଥିଲା। ଏହି ମେଡିସିନ ସେକ୍ସ କରିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ। ବିହାରର ଭୋଜପୁର, ବକ୍ସର, ଭଭୁଆ ଓ କୈମୁର ଭଳି ଅନେକ ଜିଲ୍ଲାରେ ସେକ୍ସ ପାଓ୍ବାର ମେଡିସିନର ବ୍ୟାପାର କରାଯାଉଥିଲା। ଏଥିସହ ଏହି ଜିଲ୍ଲାଗୁଡିକରେ ମଧ୍ୟ ସେକ୍ସ ରାକେଟ କାରବାର କରାଯାଉଥିଲା।

ସୂଚନାନୁଯାୟୀ, ପୋଲିସ ଆଖିରେ ଧୂଳି ଦେଇ ବେଧଡକ ସେକ୍ସ ରାକେଟ ଓ ସେକ୍ସ ପାଓ୍ବାର ମେଡିସିନ ତିଆରି କରୁଥିଲା ସଂଜୟ। ଜୁଲାଇ ୧୮ ତାରିଖ ମଙ୍ଗଳବାର ଦିନ ଭଭୁଆ ଜିଲ୍ଲାର ଫର୍ଜି ହୋଟେଲରୁ ସଂଜୟ ଯାଦବ ପଣ୍ଡିତକୁ ପୋଲିସ ଗିରଫ କରିଥିଲା। ଅକବପୁର ଥାନା ଅନ୍ତର୍ଗତ ସୂପୈଲ ଗାଁରେ ରହୁଥିବା ସଂଜୟ ଯାଦବ ଆର୍କେଷ୍ଟ୍ରାରର ପରିଚାଳକ ଭାବେ କାମ କରୁଥିଲା।

 ଜୁଲାଇ ୧୮ ତାରିଖରେ ଭଭୁଆ ଏସପି ନିତିନକୁମାରଙ୍କ ଦ୍ବାରା ଏସଆଇଟି ଟିମ ସଂଜୟ ଯାଦବ ପଣ୍ଡିତକୁ ଗିରଫ କରାଯାଇଥିଲା। ଆରା ଟାଉନ ଥାନାରେ ଏସପି ଶୁଶୀଲ କୁମାର, ଏସଆଇଟି ଓ ଡିଆଇୟୁ ମିଳିତ ଭାବେ ଅଭିଯୁକ୍ତ ସଂଜୟକୁ ଅଲଗା ଅଲଗା ଭାବେ ପଚାରଉଚାର କରିଥିଲେ।

 ପ୍ରଭାବଶାଳୀ ଲୋକଙ୍କ ପାଖକୁ ସଂଜୟ ଯାଦବ ପଣ୍ଡିତ ଯୁବତୀ ପଠାଉଥିଲେ ବୋଲି ନିଜେ ସ୍ବୀକାର କରିଛି। ଏହି ସେକ୍ସ ପାଓ୍ବାର ମେଡିସିନ ଖାଇବା ପରେ ନାବାଳିକାମାନେ ଖରାପ କାମ କରିଥାନ୍ତି। ବିହାରର ବିଭିନ୍ନ ଜିଲ୍ଲାରେ  ସେକ୍ସ ପାଓ୍ବାର ମେଡିସିନ ଓ ସେକ୍ସ ରାକେଟ କାରବାର କରୁଥିବାର ଯଥେଷ୍ଟ ପ୍ରମାଣ ପୋଲିସକୁ ମିଳିଛି। ପୋଲିସର କବଳରୁ ବଞ୍ଚିବା ପାଇଁ ଜଣେ ବୟସ୍କ ଲୋକର ସାହାର ନେଉଥିଲା ବୋଲି ସଂଜୟ କହିଛି।

ଏହି ଲୋକଙ୍କୁ ଛାଡିଦେଲେ ଏହି ରାକେଟରେ ସଂମ୍ପୃକ୍ତ ଥିବା ଇଞ୍ଜିନିର, ବିଧାୟକ, ନେତାମନ୍ତ୍ରୀଙ୍କ ସଂପର୍କରେ ପୋଲିସ ପଚାଉଚାର ଜାରି ରଖିଛି। ଏହି ସେକ୍ସରାକେଟରେ ନାବାଳିକାଙ୍କୁ ସେକ୍ସ ପାଓ୍ବାର ମେଡିସିନ ଦେଇ ତାଙ୍କୁ ଗ୍ରାହକଙ୍କ ପାଖକୁ ପଠାଯାଉଥିଲା।

   Related Posts