ଏହି ଦେଶର ଅଜବ ପରମ୍ପରା: କୌଣସି ପୁରଷଙ୍କର ୨ରୁ କମ୍‌ ପତ୍ନୀଥିଲେ ରହିବେ ଜେଲ୍‌ରେ, ରାଜାଙ୍କର ୧୪ ପତ୍ନୀ- କେମେତି ବାଛନ୍ତି ଜାଣନ୍ତୁ

Published By : Prameya-News7 Bureau | October 22, 2019 IST

ଆଫ୍ରିକା ଦେଶର ସ୍ବାଜିଲାଣ୍ଡ ପରମ୍ପରା ଅଧିକାଂଶ ସମୟ ଚର୍ଚ୍ଚାରେ ରହେ। ଏଠାର ପରମ୍ପରା ଟିକେ ଅଲଗା। ସୂଚନାଯୋଗ୍ୟ ଯେ, ଦେଶର ରାଜା ଆଦେଶ ଦେଇଛନ୍ତି ଯେ, ଯଦି କୌଣସି ପୁରୁଷର ୨ରୁ କମ ସ୍ତ୍ରୀ ଥିବେ ତାହେଲେ ସେମାନଙ୍କୁ ଜେଲ ହେବ। ହେଲେ ସ୍ବାଜିଲାଣ୍ଡ ଅଞ୍ଚଳର ଲୋକେ ଏହାକୁ ଭୁଲ ବୋଲି କହିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଏଠାର ରାଜାଙ୍କର ୧୪ ଜଣ ସ୍ତ୍ରୀ ଅଛନ୍ତି। ଏଠାରେ ବହୁବିବାହର ପ୍ରଥା ରହିଛି।    

{"id":173273}

କେବଳ ସେତିକି ନୁହେଁ ରାଜାଙ୍କ ଦ୍ବାରା ସ୍ତ୍ରୀ ବାଛିବାର ଏକ ନିଆରା ପରମ୍ପରା ରହିଛି। ଏନେଇ ଅନେକଥର ପ୍ରଶ୍ନ ଉଠିଥିଲେ ମଧ୍ୟ ଏହି ପ୍ରକ୍ରିୟା ଏଯାଏଁ ଚାଲୁଛି। ସୂଚନାଯୋଗ୍ୟ ଯେ, ସ୍ବାଜିଲେଣ୍ଡ ଦୁନିଆର ଶେଷ ଦେଶ ଯେଉଁଠି ଏବେ ଯାଏଁ ରାଜାରାଣୀଙ୍କ ପରମ୍ପରାର ପାଳନ କରାଯାଉଛି। । ଏଠାର ୬୩ ପ୍ରତିଶତର ଲୋକେ ଦାରିଦ୍ର୍ୟ ସୀମାନରେଖା ତଳେ ଜୀବନ କାଟନ୍ତି। ରାଜା ମସ୍ବିବୀଙ୍କର ୧୪ ଜଣ ସ୍ତ୍ରୀ ଅଛନ୍ତି। ରାଜାଙ୍କର ୨୫ରୁ ଅଧିକ ସନ୍ତାନ ଅଛନ୍ତି। ରିପୋର୍ଟ ଅନୁସାରେ ରାଜାଙ୍କର ୧୫ ଜଣ ପତ୍ନୀ ଥିଲେ ହେଲେ ଗତ ବର୍ଷ ଜଣେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା।

{"id":173274}

ଏଠାରେ ଡାନ୍ସସେରିମନି ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ସେପଟେମ୍ବର ମାସରେ ଆୟୋଜିତ କରାଯାଏ। ଏଥିରେ ପାଖାପାଖି ୪୦ ହଜାର କୁମାରୀ କନ୍ୟା ଭାଗ ନିଅନ୍ତି। ଏମାନେ ଟପଲେସ ହୋଇ ପେରେଡ କରନ୍ତି। ଏହି କାର୍ଯ୍ୟକ୍ରମରେ ରାଜା ସାମିଲ ରୁହନ୍ତି। ଏଠାର ପରମ୍ପରା ଅନୁସାରେ ପ୍ରତି ବର୍ଷ ପେରେଡ କରୁଥିବା ଝିଅଙ୍କ ମଧ୍ୟରୁ ରାଜା ଜଣଙ୍କୁ ନିଜ ନୂଆ ପତ୍ନୀ ଭାବେ ଗ୍ରହଣ କରିପାରିବେ। ଏହି ପରମ୍ପରା ନେଇ କିଛି ଯୁବତୀ ପେରେଡରେ ଭାଗ ନନେଇ ପ୍ରଶ୍ନ ଉଠାଇଥିବାରୁ ତାଙ୍କ ପରିବାରକୁ ଜରିମନା ଦେବାକୁ ପଡିଥିଲା।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.