ଘାତକ ହେଉଛି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ : ମଧ୍ୟପ୍ରଦେଶରେ ପ୍ରଥମ ମୃତ୍ୟୁ, ସଜାଗ ନହେଲେ ସ୍ଥିତି ଭୟଙ୍କର ହେବ !

Published By : Prameya-News7 Bureau | June 22, 2021 IST

ନୂଆଦିଲ୍ଲୀ ୨୨/ ୦୬ : ଦେଶରେ ଘାତକ ହେବାରେ ଲାଗିଛି କରୋନାର ନୁଆ ଭ୍ୟାରିଆଣ୍ଟ ଡେଲଟା ପ୍ଲସ୍ । ଗୋଟିଏ ପଟେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଲୋକମାନଙ୍କର ଦାୟିତ୍ବହୀନତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ରୁପ ବଦଳାଉଥିବା କୋଭିଡ୍ ଭୟର ବାତାବରଣ ସୃଷ୍ଟି କରିଛି । ମଧ୍ୟ ପ୍ରଦେଶରେ ‘ଡେଲଡା ପ୍ଲସ’ ଭାଇରସର ଶିକାର ହୋଇ ପ୍ରଥମ ରୋଗୀଙ୍କର ମୃତ୍ୟୁ ଘଟିଛି ।

ସେପଟେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଉଥିବା ପରୀକ୍ଷାରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କରୋନାର ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଭ୍ୟାକସିନ୍ ଏବଂ ଇମ୍ୟୁନିଟିକୁ ମଧ୍ୟ ପ୍ରଭାବିତ କରିବ ବୋଲି ଶୁଣିବାକୁ ମିଳୁଛି । ଅର୍ଥାତ କରୋନାର ଡେଲଟା ଭ୍ୟାରିଆଣ୍ଟ ସାମ୍ନାରେ ଭ୍ୟାକସିନ ମଧ୍ୟ ତାହାର ପ୍ରଭାବ ଦେଖାଇପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.