ଜାନୁଆରୀ ୩ରୁ ଖୋଲିବ କେନ୍ଦ୍ରାପଡା ବେଳଦବଜିଉ ମନ୍ଦିର, ଘୋଷଣା କଲେ ଜିଲ୍ଲାପାଳ

Published By : Prameya-News7 Bureau | December 16, 2020 IST

କେନ୍ଦ୍ରାପଡା ୧୬।୧୨: ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ପରେ ଏବେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଡିସେମ୍ବର ୨୩ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବା ବେଳେ ୨୭ ତାରିଖରେ ଖୋଲିବାକୁ ଯାଉଛି ଶ୍ରୀ ଲିଙ୍ଗରାଜ ମନ୍ଦିର। ଏହି କ୍ରମରେ ରାଜ୍ୟର ପ୍ରସିଦ୍ଧ କେନ୍ଦ୍ରାପଡାର ବଳଦବଜିଉ ମନ୍ଦିର ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ଜାନୁଆରୀ ୩ରୁ ଖୋଲିବ କେନ୍ଦ୍ରାପଡା ବେଳଦବଜିଉ ମନ୍ଦିର। ମନ୍ଦିର ଖୋଲିବା ନେଇ ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା। କୋଭିଡ୍ ଗାଇଡ୍‌ଲାଇନ୍‌ ଭିତରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଏକ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ବୋଲି ଜିଲ୍ଲାପାଳ କହିଛନ୍ତି। ଫଳରେ ଦୀର୍ଘ ନଅ ମାସର ଅପେକ୍ଷା ପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ ବଳଦେବଜିଉ।

ଉଲ୍ଲେଖଯୋଗ୍ୟ, ଗତକାଲି ଶ୍ରୀ ଲିଙ୍ଗରାଜ ମନ୍ଦିର ଡିସେମ୍ବର ୨୭ରୁ ଖୋଲିବ ବୋଲି ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। କିନ୍ତୁ ଏହା ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଅଣ୍ଡରଟେକିଂ ଦେବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.