ଲକଡାଉନ୍‌ ନିୟମ ଆହୁରି କଡ଼ାକଡ଼ି କଲା କର୍ଣ୍ଣାଟକ ସରକାର: ଗୋଟିଏ ରାତିରେ ୨୬୦ ଜଣ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ, ୧୦ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | April 15, 2020 IST

 କର୍ଣ୍ଣାଟକ୧୫/୪: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲକ୍ ଡାଉନ୍ ଅବଧିକୁ ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଘୋଷଣା ପରେ କର୍ଣ୍ଣାଟକ ସରକାର ମଧ୍ୟ ସାରା ରାଜ୍ୟରେ ଲକ୍ ଡାଉନ୍ ସମ୍ପୂର୍ଣ ସଫଳ କରିବାକୁ ଆହୁରି ଅଧିକ ନିୟମ ଲାଗୁ ଲରିଛନ୍ତି। କାର୍ଣ୍ଣାଟକରେ ଗତକାଲି ରାତି ସୁଦ୍ଧା ୨୬୦ କରୋନା ପଜିଟିଭ୍ କେସ୍ ରେକର୍ଡ଼ ହୋଇଛି। ଏହାସହ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

କର୍ଣ୍ଣାଟକର ୩୦ଟି ଜିଲ୍ଲାରୁ ଏପର୍ଯ୍ୟନ୍ତ ୧୨ଟି ଜିଲ୍ଳା କରୋନା ଭୁତାଣୁ ପ୍ରଭାବରେ ପ୍ରଭାବିତ ହୋଇଛି। ଏହାସହ ବାଙ୍ଗାଲୋର ସହରରେ ୯୦ଟି ପଜିଟିଭ କେସ ରେକର୍ଡ଼ କରାଯାଇଛି। ସେହିପରି ବନଗଳରେ ସହରରେ ଲକ୍ ଡାଉନ୍ ନିୟମକୁ ଆହୁରି କଡାକଡି କରାଯାଇଛି। ଦେଶରେ ଲକ୍‌ଡାଉନ୍ ନିୟମ ଆହୁରି କଡ଼ାକଡ଼ି କରାଯିବା ସହ ଓଡ଼ିଶାରେ ମଧ୍ୟ ଲକଡାଉନ୍‌ ନିୟମକୁ କଡ଼ାକଡ଼ି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.