Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||

ଆସନ୍ତା ୪ ତାରିଖରେ ଖୋଲିବ କପିଳାସ ମନ୍ଦିର

28/12/2020 at 10:11 PM

ଢ଼େଙ୍କାନାଳ୨୮/୧୨: ଆସନ୍ତା ୪ ତାରିଖରେ ଖୋଲିବ କପିଳାସ ସହ ପ୍ରମୁଖ ୭ଟି ମନ୍ଦିର। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ କେବଳ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। କୋଭିଡ ଟେଷ୍ଟ ରିପୋର୍ଟ ପରେ ଦର୍ଶନ କରିପାରିବେ। କଟକଣା ମଧ୍ୟରେ ନୂଆବର୍ଷରୁ ଖୋଲିବ ମସଜିଦ ଓ ଗୀର୍ଜା।


ନୂଆ ବର୍ଷ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନୂଆ ଘୋଷଣା । ଦୀର୍ଘ ମାସ ଧରି କଟକଣା ଭିତରେ ରହିଥିବା ଧର୍ମାନୁଷ୍ଠାନ ପାଇଁ ଜାରି କରିଛନ୍ତି ନୂଆ ଗାଇଡ଼ ଲାଇନ୍ । ଏପରି କି ଆସନ୍ତା ୪ ତାରିଖରୁ ଢେଙ୍କାନାଳ ଜିଲ୍ଲାରେ ସର୍ବସାଧାରଣଙ୍କ ପାଇଁ ଖୋଲିବ କପିଳାସ ପୀଠ ସହ ୭ଟି ପ୍ରମୁଖ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ୧୪ ତାରିଖ ପର୍ଯ୍ୟନ୍ତ ଏହି ମନ୍ଦିର ଗୁଡି଼କରେ ଜିଲ୍ଲାବାସୀ ଦର୍ଶନର ସୁବିଧା ପାଇବେ। ଆସନ୍ତା ୪ ତାରିଖରୁ ଦର୍ଶନର ସୁଯୋଗ ମିଳିବାକୁ ଥିବା ପ୍ରମୁଖ ମନ୍ଦିର ଗୁଡିକ ହେଲା ପ୍ରସିଦ୍ଧ ଶୈବପୀଠ କପିଳାସ ବଳରାମ ମନ୍ଦିର, ନାଧରାର ରାମଚଣ୍ଡୀ, ହିନ୍ଦୋଳର ଜଗନ୍ନାଥ ମନ୍ଦିର ଓ ରାମ ମନ୍ଦିର, ପରଜଙ୍ଗ ବ୍ଲକ କୁଆଳୁ ଅଷ୍ଟଷମ୍ଭୁ, କାମାକ୍ଷାନଗର ରାମେଶ୍ୱର ମନ୍ଦିର।

   Related Posts