ଅପେକ୍ଷାର ଅନ୍ତ: ଏହି ମାସରେ ନିଜର କମେଡି ଟିମ୍ ସହ ଫେରୁଛନ୍ତି କପିଲ ଶର୍ମା

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭/୦୫: ଟିଭିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ସୋ 'ଦି କପିଲ ଶର୍ମା ସୋ' ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆଣିଛି । ସୂଚନା ଅନୁଯାୟୀ, ଏହି ସୋ ’ନୂଆ ସିଜିନ୍ ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହୋଇଛି। 'କପିଲ ଶର୍ମା ସୋ' ପୁଣି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ। ଏହି ସୋ ଜୁଲାଇ ୨୧ ରୁ ଟିଭିରେ ପ୍ରସାରଣ ଆରମ୍ଭ ହେବ । ଏଥର ଏକ ନୂଆ ଫର୍ମାଟ୍ ଏବଂ ଟିମ୍ ସହିତ ଏହି ସୋ ଆରମ୍ଭ ହେବ ।

wp:html
/wp:html

କପିଲ ଶର୍ମା ମଧ୍ୟ ତାଙ୍କ ଟିମ୍ ସହ ମେ ୧୫ ରୁ  ଶୁଟିଂ ଆରମ୍ଭ କରିଛନ୍ତି। ନୂଆ ସିଜିନରେ ଅଧିକ କଳାକାର ଏବଂ ଲେଖକଙ୍କୁ ସୁଯୋଗ ଦିଆଯିବ । କପିଲଙ୍କ ସହ ବାକି ଷ୍ଟାର ଭାରତୀ ସିଂ, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଏବଂ କୃଷ୍ଣ ଅଭିଷେକ ପୂର୍ବ ପରି ସୋ’ରେ ରହିବେ।

wp:html
/wp:html

ଏହି ସୋ’ରେ ସ୍ୱପ୍ନା ଭୂମିକାରେ ଅଭିନୟ କରୁଥିବା କୃଷ୍ଣ ଅଭିଷେକ ଏକ ଉଣ୍ଟରଭ୍ୟୁରେ କହିଥିଲେ, ଏହି ସୋ ମେ’ରେ ଫେରୁଛି । ତଥାପି, ଆମେ ଏପର୍ଯ୍ୟନ୍ତ ଏହାର ତାରିଖ ସ୍ଥିର କରିନାହୁଁ । ସୋ’ରେ କିଛି ନୂଆ ହେବ । ସୋ’ର ସେଟ୍ ବଦଳାଯିବ ବୋଲି କୃଷ୍ଣ ମଧ୍ୟ ସୂଚନା ଦେଇଥିଲେ। ଆମର ଏକ ନୂଆ ସେଟ୍ ହେବ । କିଛି ନୂଆ ଲୋକ ମଧ୍ୟ ଏହି ସୋ’ରେ ଯୋଗଦେବେ ଏବଂ ମୁଁ ଶୀଘ୍ର ଆପଣଙ୍କୁ ଏହା ବିଷୟରେ ଖୁସି ଖବର ଦେବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.