Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ବାହାରେ ଫଶିଥିବା ଓଡିଆ ଝିଅଙ୍କୁ ସହାୟତାର ବଢ଼ାଇଛି କଳିଙ୍ଗ ଫାଉଣ୍ଡେସନ୍

25/04/2020 at 4:27 PM

ଭୁବନେଶ୍ବର୨୫/୪: ଲକଡାଉନ୍ ଯୋଗୁ ବେଙ୍ଗାଲୁରୁରେ ଫଶିଥିବା ମହିଳା ଶ୍ରମିକଙ୍କୁ ମିଳିଛି ସହାୟତା । କପଡା କମ୍ପାନୀରେ କାମ କରୁଥିବା  ୩୨ ଜଣ ଓଡିଆ ଝିଅ ସମସ୍ୟାରେ ପଡିଥିଲେ । ଲକଡାଉନ ଯୋଗୁ କାମ ବନ୍ଦ ଏଣେ କମ୍ପାନୀ ମଧ୍ୟ ଦରମା ଦେଉନି । ଏପରି ସ୍ଥିତିରେ ହାତରେ ଯାହା ଟଙ୍କା ପଇସା ଥିଲା ସବୁ ସରି ଯାଇଛି । ପାଖରେ ରିଲିଫ ମଧ୍ୟ ଠିକ ଭାବରେ ପହଞ୍ଚୁନଥିଲା । ହଷ୍ଟେଲରେ ଥିବା ଏହି ଓଡିଆ ଝିଅ ମାନେ ଅସହାୟ ହୋଇ ପଡିଥିଲେ । ତେବେ ନ୍ୟୁଜ 7 ସହ ଯୋଗାଯୋଗ କରିବା ପରେ ଏମାନଙ୍କୁ ସହାୟତା ଦେଇଛି କଳିଙ୍ଗ ଫାଉଣ୍ଡେସନ୍ । ରାଜ୍ୟ ବାହାରେ ଫଶିଥିବା ଓଡିଆଙ୍କୁ ସହାୟତା ଦେବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାଙ୍କୁ ତାଲିଭୁକ୍ତ କରି ହେଲପଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ଯାହା ଫଳରେ ଏମାନେ ମଧ୍ୟ ସେହି ହେଲପଲାଇନ ନମ୍ବର ଦ୍ବାରା ସାହାଯ୍ୟ ପାଇ ପାରୁଛନ୍ତି ।

   Related Posts