ମିଠା ମିଠା କଥା କହି ମହିଳାଙ୍କ ଗ୍ରୁପରୁ ଟଙ୍କା ନେଇଗଲେ ଶିକ୍ଷୟତ୍ରୀ, ପରେ ଦେଲେନି ଧରାଛୁଆଁ, ଧରିଲା ପୋଲିସ୍

Published By : Prameya-News7 Bureau | April 07, 2021 IST

ନୀଳଗିରି ୦୭/୦୪: ନେବା ବେଳକୁ ମିଠା ମିଠା କହି ନେଇଗଲେ, ହେଲେ ଦେବା ବେଳକୁ ଧରାଛୁଆଁ ଦେଲେନି ଶିକ୍ଷୟତ୍ରୀ। ଗାଁରୁ କିଛି ଲୋକଙ୍କ ଠାରୁ ଧାର ନେଇ ଟଙ୍କା ନଫେରାଇବା ଅଭିଯୋଗରେ  ବୁଧବାର ଜଣେ ଶିକ୍ଷୟିତ୍ରୀକୁ ପୋଲିସ ଗିରଫ କରିଛି। ବାଲେଶ୍ଵର  ଜିଲ୍ଲା ନୀଳଗିରି ଏନଏସି ଅଧିନ ବରିସାହି ଗ୍ରାମର କାର୍ତ୍ତିକ ପୋଇଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି (୪୦) ଗାଙ୍ଗପୁରା ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ସେହି ଅଂଚଳର ବହୁ ମହିଳାଙ୍କ ଗ୍ରୁପର ଲୋନ ଟଙ୍କାରୁ ଅଧା ନେଇ ପୁରା ଟଙ୍କା ସୁଝିଦେବେ ବୋଲି କହିଥିଲେ। ଏମିତି ପ୍ରଲୋଭନ ଦେଖାଇ ଶିକ୍ଷୟତ୍ରୀ ଜଣକ ଗ୍ରୁପରୁ  ଲକ୍ଷାଧିକ ଟଙ୍କା ନେଇଥିଲେ।

ଗ୍ରୁପର ମହିଳା ଟଙ୍କା ମାଗିବାରୁ ସୁନା ଗହଣା ବ୍ୟାଙ୍କରେ ବନ୍ଧକ ରଖି ସୁଧ ଟଙ୍କା ସହ ମୂଳ ସୁଝି ଦେବା କଥା କହି କିଛି ଅର୍ଥ ଦେଇ ମହିଳାମାନଙ୍କୁ ପ୍ରଲୋଭିତ କରିଥିଲେ। ହେଲେ ଲୋନ ଟଙ୍କା ନସୁଝିବାରୁ ଗ୍ରୁପର ମହିଳା ମାନେ ଶିକ୍ଷୟତ୍ରୀଙ୍କୁ ତାଗିଦ କରିଥିଲେ। ଏହା ପରେ ବି ଟଙ୍କା ଫେରାଇନଥିଲେ କରିତ୍‌କର୍ମା ଶିକ୍ଷୟତ୍ରୀ।

ଏନେଇ ମହିଳାମାନେ ନୀଳଗିରି ଥାନାରେ ଅଭିଯୋଗ କରିବା ପରେ ସେ ଟଙ୍କା ଫେରାଇବା ସହ ଗହଣା ବ୍ୟାଙ୍କରୁ ବନ୍ଧକ ଭାବେ ମୁକୁଳାଇ ଦେବେ ବୋଲି କହିଥିଲେ । ହେଲେ ଆଉ ଧରାଛୁଆଁ ନଦେବାରୁ ଆଜି କିଛି ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.