Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ମାନବ ଦେହରେ କରୋନା ସଂକ୍ରମଣକାରୀ ଜିନ୍ ଚିହ୍ନଟ, ଏବେ ସମ୍ଭବ ହେବ ନିଦାନ ଓ ଟିକା ଆବିଷ୍କାର

29/06/2020 at 1:11 PM

ସେଣ୍ଟ ନ୍ୟୁ ହେଭେନ : କରୋନା ଗବେଷଣାରେ ବୈଜ୍ଞାନିକଙ୍କୁ ବଡ ସଫଳତା ମିଳିଛି। ମାନବ ଶରୀରରେ କରୋନା ସଂକ୍ରମଣ କରାଉଥିବା ଜିନ୍‌କୁ ବୈଜ୍ଞାନିକ ଚିହ୍ନଟ କରିଛନ୍ତି। ଜିନ୍‌ ଏଡିଟିଂ ଟୁଲ୍ ସିଆରଆଇଏସପିଆର –ସିଏଏସ୍ ୯କୁ ଉପଯୋଗ କରି ସେମାନେ ମଣିଷ ଶରୀରରେ କରୋନା ସଂକ୍ରମଣ କରାଉଥିବା ଜିନ୍ ଚିହ୍ନଟ କରିଥିବାରୁ ଏବେ ଏହାର ନିଦାନ ଓ ଟିକାର ଆବିଷ୍କାର ସମ୍ଭବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଚୀନ୍‌ ଉହାନରେ ଗତବର୍ଷ ନଭେମ୍ବର ମାସରେ ଉତ୍ପତି ହୋଇଥିବା କୋଭିଡ-୧୯ ମହାମାରୀ ଏବେ ବିଶ୍ୱର ସବୁ ଦେଶକୁ ବ୍ୟାପି ଯାଇଛି। ଦିନକୁ ଦୁଇଗୁଣା, ରାତିକୁ ୪ ଗୁଣା ହାରରେ ବ୍ୟାପୁଥିବା ଏହି ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଏପର୍ଯ୍ୟନ୍ତ ସମ୍ଭବ ହୋଇ ନଥିବା ବେଳେ ନୂଆ ଗବେଷଣା ଏ ଦିଗରେ ରସ୍ତା ଖୋଲିବ ବୋଲି ଆଶା କରାଯାଉଛି।

ଆମେରିକା ୟେଲ ସ୍କୁଲ ଅଫ ମେଡିସିନ୍‌, ବ୍ରାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ ଏମଆଇଟି ଓ ହାଭାର୍ଡର ଗବେଷକମାନେ ସଂକ୍ରମଣ ଲାଗି ଆବଶ୍ୟକ କାରକ ରୋଗ ସୃଷ୍ଟିକାରୀ ତନ୍ତ୍ର ସୂଚିତ କରିବା ଲାଗି ଏକ ଅଧ୍ୟାୟନ କରିଥିଲେ। ଏଥିରେ କୋଭିଡ-୧୯ ସମ୍ବେଦନଶୀଳତାରେ ଭିନ୍ନତା ପ୍ରକଟ କରୁଥିବା  ଜାଣିବାକୁ ପାଇଥିବା ବେଳେ ଏଥିଲାଗି  ମଣିଷ ଶରୀରରେ ଏସିଇ-୨ ରେସେପ୍ଟର ଓ କେଥେପ୍ସିନ୍‌ ଏଲ୍‌ ସଂକ୍ରମଣ ଲାଗି ସହଯୋଗ କରୁଥିବା ଜାଣିବାକୁ ପାଇଛନ୍ତି। ସେମାନଙ୍କ ଗବେଷଣା ସନ୍ଦର୍ଭ ୧୭ ଜୁନ୍‌ ବାୟୋରିକ୍ସିଭ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଏଣୁ ସଂକ୍ରମଣରେ ସହଯୋଗ କରୁଥିବା ମାନବ ଶରୀରର ଜିନ୍‌ ଚିହ୍ନଟ ହୋଇଥିବାରୁ ଖୁବ୍ ଶୀଘ୍ର ଏହାର ଚିକିତ୍ସା ଓ ଟିକା ବିକଶିତ କରାଯାଇପାରିବ।  

   Related Posts