Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ପ୍ରଣବଙ୍କୁ ନବୀନ ଦେଲେ ଗୁରୁ ଦାୟିତ୍ବ: ଏବେ ଚର୍ଚ୍ଚା ଯାଜପୁର ବିଧାୟକ ଏବେ ବିଜେଡ଼ିର No. 2 !

5/03/2020 at 6:41 PM

ଭୁବନେଶ୍ବର୫/୩: ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡିର ସଂଗଠନ ସଂପାଦକ ନିଯୁକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଔପଚାରିକ ଭାବେ ବିଜେଡିର ସଭାପତି ନିର୍ବାଚନ ହେବା ପରେ ନବୀନ ବିଜୁ ଜୟନ୍ତୀରେ ଏହି ଘୋଷଣା କରିଛନ୍ତି ।

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଓ ଉପ-ନିର୍ବାଚନରେ ପ୍ରଣବଙ୍କ କାର୍ଯ୍ୟଦକ୍ଷତା ନେଇ ଏପରି ଗୁରୁଦାୟିତ୍ବ ଦେଇଥିବା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏହା ସହ ରାଜ୍ୟ କାର୍ଯ୍ୟାଳୟରେ ଏହି ଘୋଷଣା କରି ନବୀନ ପ୍ରଣବ ପ୍ରକାଶ ଦଳରେ ତାଙ୍କ ପରେ ନମ୍ବର ଟୁ ବୋଲି ବାର୍ତ୍ତା ବି ଦେଇଛନ୍ତି।

ବିଜେଡି ଗଠନ ହେବା ପରଠୁ ଏଭଳି  ପଦବୀ ଦଳରେ ସୃଷ୍ଟି ହୋଇନଥିଲା । ଏହି ପଦବୀ ପାଇବାରେ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ପ୍ରଥମ ଯୁବ ନେତା । ୨୦ ବର୍ଷ ଧରି ବିଜେଡି ରାଜ୍ୟ କ୍ଷମତାରେ ଅଛି । ଦଳକୁ ଲୋକଙ୍କ ନିକଟତର ହେବାକୁ ଗୁରୁତ୍ବ ଦେଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିଲାଗି ଦଳରେ ଯୁବ ନେତାଙ୍କୁ ଅଗ୍ରାଧୀକାର ଦେଉଛନ୍ତି । ସେପଟେ ନବୀନଙ୍କ ଏପରି ନିଷ୍ପତ୍ତି  ସଙ୍ଗଠନକୁ ଆହୁରୀ ଅଧିକ ମଜଭୁତ କରିବ ବୋଲି ସବୁ ବର୍ଗର ନେତା ଯୁକ୍ତି ବାଢିଛନ୍ତି ।

ବିଜେଡି ଗଠନ ହେବା ପରେ ଦଳରେ କେବଳ କାର୍ଯ୍ୟକାରୀ ସଭାପତି , ମହାସଚିବ ପଦ ସହ ବିଜେଡି ଆଫେୟାର୍ସ ପଦ ସୃଷ୍ଟି କରି ଦଳ ନେତାଙ୍କୁ ଦାୟିତ୍ବ ଦେଇଥିଲେ ନବୀନ । ହେଲେ ସେ ସବୁ ପଦ ଦଳରେ ଆଉ ନାହିଁ, ଏବେ ନୂଆ ସଂଗଠନ ସଂପାଦକ ପଦ ସୃଷ୍ଟି କରି ନବୀନ ସଙ୍ଗଠନକୁ ଆଗକୁ ନେବାକୁ ଯୁବ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ।

   Related Posts