ସୁପ୍ରିମକୋର୍ଟରେ ଉଠିଲା କିଷାନ ରାଲି ପ୍ରସଙ୍ଗ: କେନ୍ଦ୍ରକୁ କହିଲେ ସିଜେଆଇ- ନିଜ ଆଖି କଣ ପାଇଁ ବନ୍ଦ ରଖିଛ ?

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୦୧: ତବଲିଗି ଜମାତ ମରକଜ ମାମଲାରେ ଗୁରୁବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାନୁଆରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ମାମଲା ଉଠାଇଛନ୍ତି। ମରକଜ୍‌ କେସ୍‌ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏସଏ ବୋବଡେ ଅସନ୍ତୋଷ ପ୍ରକଟ କରି କହିଛନ୍ତି, ସରକାର ଏହି ପ୍ରସଙ୍ଗରେ ଆଖି ବୁଜି କଣ ପାଇଁ ବସିଛନ୍ତି। କଣ ପାଇଁ କିଛି କରୁ ନାହାନ୍ତି ? ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସରେ କୃଷକ ସଂଗଠନ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରିଥିଲେ। ପବବର୍ତ୍ତୀ ସମୟରେ ଏହି ରାଲି ରାଜଧାନୀ ଦିଲ୍ଲୀରେ ହିଂସାର ରୂପ ନେଇଥିଲା।

ଗୁରୁବାର ସୁପ୍ରିମକୋର୍ଟ ତବଲିଗି ଜମାତର ମିଡିଆ ରିପୋର୍ଟିଂ ବିରୋଧରେ ଜମିୟତ ଉଲେମା ଇ ହିନ୍ଦ ଏବଂ ପିସ୍ ପାର୍ଟି ସମେତ ଅନ୍ୟ ଲୋକଙ୍କ ଆବେଦନ ଉପରେ ଶୁଣାଣି ବେଳେ ଜାନୁଆରୀ ୨୬ର ହିଂସା ଘଟଣା ଉପରେ ମଧ୍ୟ ଟିପ୍ପଣୀ କରିଛନ୍ତି। ନ୍ୟାୟାଳୟ କହିଛନ୍ତି, କିଛି ସମାଚାର ଉପରେ ନିୟନ୍ତ୍ରଣ ସେତିକି ମହତ୍ଵପୂର୍ଣ୍ଣ ଯେତିକି ଆଇନ ଓ ଶୃଙ୍ଖଳା ବ୍ୟବସ୍ଥା ଯାଞ୍ଚ କରିବା। ମୋତେ ଜଣା ନାହିଁ ଯେ କଣ ପାଇଁ କେନ୍ଦ୍ର ସରକାରଙ୍କ ଆଖି ବନ୍ଦ ରହିଛି। କଣ ପାଇଁ କିଛି କରୁ ନାହାନ୍ତି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି।

{"id":399912,"sizeSlug":"large","linkDestination":"none"}

ପ୍ରଧାନ ବିଚାରପତି କହିଛନ୍ତି, ମିଥ୍ୟା ଖବର ପାଇଁ ହିଂସା ହେବ ଏବଂ ଏଥିରେ କାହାରି ପ୍ରାଣହାନୀ ଘଟିବ। ଏମିତି ସ୍ଥିତି ଉତ୍ପନ ହେବା କଦାପି ଉଚିତ୍  ନୁହେଁ। ଆବେଦନକାରୀ କହିଛନ୍ତି ସରକାରଙ୍କ ପାଖରେ ଏମିତି କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବାର ଶକ୍ତି ରହିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ମିଡିଆକୁ ଜମାତ ପ୍ରସଙ୍ଗରେ ରିପୋର୍ଟିଂ କରିବା ଉପରେ ରୋକ୍ ଲଗାଇ ପାରିବୁ ନାହିଁ। ଏହା ପ୍ରେସ୍‌ର ସ୍ଵାଧୀନତାର ମାମଲା। ମରକଜ ବିଷୟରେ ଅଧିକାଂଶ ରିପୋର୍ଟିଂ ଭୁଲ୍ ନଥିଲା।  

ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, କେବଳ ଟିଭି, ଡିଟିଏଚ୍ ଓ ଓଟିଟି ଉପରେ ବୈଷେୟିକ ଦିଗ ରହିଛି ଏବଂ କେମିତି ଏହାକୁ ନିୟନ୍ତ୍ରଣ କରାଯିବ ଏହା ଉପରେ ସରକାର ପୂରା ଯୋଜନା ପ୍ରସ୍ତୁତ କରିବେ। ଏଥିପାଇଁ କେନ୍ଦ୍ର ସରକାର କୋର୍ଟଙ୍କଠୁ ସମୟ ମାଗିଛନ୍ତି। ପ୍ରଧାନ ବିଚାରପତି ଏ ନେଇ ତିନି ସପ୍ତାହର ମଧ୍ୟ ସମୟ ଦେଇଛନ୍ତି। ଏହି ସମୟରେ ସମସ୍ତ ଦିଗ ଉପରେ ସରକାର ଏବଂ ସମସ୍ତ ପକ୍ଷ ଜବାବ ଦାଖଲ କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.