Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଟିମ୍‌କୁ ମିଳିଛି କିଛି ନୂଆ ଲିଙ୍କ୍: କ୍ରାଇମବ୍ରାଞ୍ଚ ସ୍କାନ୍‌ରରେ ‘ସରକାରୀ ବାବୁ’

2/08/2020 at 9:26 PM

ଭୁବନେଶ୍ବର୨/୮: ଆଦିତ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ଏବେ ଜଣେ ସରକାରୀ ବାବୁ । ଘଟଣାରେ ରହସ୍ୟଜନକ ଭାବରେ ଏହି ସରକାରୀ ବାବୁଙ୍କ ସଂପୃକ୍ତି ଚର୍ଚ୍ଚା ହେଉଛି । ତେବେ ଏହି ବାବୁ ଜଣଙ୍କ କିଏ ଏବଂ ତାଙ୍କର ଆଦିତ୍ୟ ଦାସଙ୍କ ସହିତ କି ଲିଙ୍କ ସେନେଇ କିଛି ଖୁଲାସା ହେଉନଥିଲେ ମଧ୍ୟ ଟୁପୁରୁ ଟାପୁରୁ ଜୋର ଚାଲିଛି।  

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଟିମକୁ ମିଳିଛି କିଛି ନୂଆ ଲିଙ୍କ । କ୍ରାଇମବ୍ରାଞ୍ଚ ସ୍କାନରରେ ଏବେ କେନ୍ଦ୍ରାପଡାର ଜଣେ ‘ସରକାରୀ ବାବୁ’ । ସରକାରୀ ବାବୁ’ଙ୍କ ଘଟଣାରେ ସମ୍ପୃକ୍ତି ରହିଥିବା ନେଇ କ୍ରାଇମବ୍ରାଞ୍ଚରକୁ କିଛି ଖାସ୍‌ ସୁରାକ ମିଳିଛି । ତେବେ କିଏ ଏହି ‘ ସରକାରୀ ବାବୁ ’ ? ଆଦିତ୍ୟ ଦାସଙ୍କ ସହିତ ତାଙ୍କର ସଂପର୍କ କଣ। ଏପରି ଆଦିତ୍ୟ ଦାସଙ୍କ ମୃତ୍ୟରେ ସାରଙ୍କର କୁଆଡ଼େ କିଛି ଖାସ୍‌ କାରଣ ଲୁଚି ରହିଛି ବୋଲି ଚର୍ଚ୍ଚା ଜୋର। ପୂର୍ବରୁ ଏହି ଘଟଣାରେ ୩୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଜେରା କରି ସାରିଛି ଜିଆରପି । ସେମାନଙ୍କ ମଧ୍ୟରେ ଏହି ସରକାରୀ ବାବୁଙ୍କ ନାଁ ନ ଥିଲା । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଭାର ନେବା ପରେ ମାମଲାର ମୋଡ଼ ବାବୁଙ୍କ ଆଡେ ମୋଡ଼ୁଛି। ବିଦ୍ୟାଶ୍ରୀ କଟକରେ ରହୁଥିଲେ ଓ ଆଦିତ୍ୟ ଭୁବନେଶ୍ବରରେ ରହୁଥିଲେ। ଲକ୍‌ଡାଉନ୍‌ ସମୟରେ, କେନ୍ଦ୍ରପଡ଼ାର ପାଟକୁରା ଧାନମଣ୍ଡଳ ଭଗବାନପୁର ଗ୍ରାମର ସିଦ୍ଧେଶ୍ବର ମନ୍ଦିରରେ ବିବାହ କରିଥିଲେ ଆଦିତ୍ୟ। ଏହି ବାହାଘର ପଛରେ ସେହି ସରକାରୀ ବାବୁଙ୍କର କୁଆଡ଼େ ପ୍ରତ୍ୟକ୍ଷ ଯୋଗାଯୋଗ ରହିଥିଲା ବୋଲି କୁହାଯାଉଛି। ସରକାରୀ ବାବୁଙ୍କ ଆଦିତ୍ୟ ସେବା ପଛରେ ଇଣ୍ଟେନସଟା କଣ ତାହା ହିଁ ଅଡୁଆ ସୂତାର ଖିଅ ବୋଲି ଚର୍ଚ୍ଚା ହେଉଛି । ତେଣୁ ତାଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିପାରେ।

ସେପଟେ ଅାଦିତ୍ୟଙ୍କ ବାପା ନନ୍ଦକିଶୋର ଦାସଙ୍କ କହିବା କଥା ଉଭୟ ପରିବାରଙ୍କ ସ୍ବୀକୃତିରେ ବିବାହ ହୋଇଥିଲା । ପ୍ରଶ୍ନ ଉଠୁଛି ଯଦି ବିଦ୍ୟାଶ୍ରୀଙ୍କ ପରିବାରରେ ଏହି ବିବାହକୁ ନେଇ ସ୍ବୀକୃତି ଥିଲା  ତାହେଲେ ଏହି ବିବାହରେ କାହିଁକି ବିଦ୍ୟାଶ୍ରୀଙ୍କ ପରିବାର ଲୋକ ଯୋଗ ଦେଲେ ନାହିଁ । ଅଦିତ୍ୟଙ୍କ ବାପା କିଛି କଥା ଲୁଚାଉଛନ୍ତି କି ? ନା ଏହି ସରକାରୀ ବାବୁଙ୍କ ନା ନେବାକୁ ଚାହୁଁ ନାହାନ୍ତି । କ୍ରାଇମ୍‌ବ୍ରାଞ୍ଚର ତଦନ୍ତ କେଉଁ ଦିଗକୁ ଯାଉଛି, ତା ଉପରେ ସମସ୍ତଙ୍କ ନଜର । ଏପରି ସମୟରେ ସରକାରୀ ବାବୁଙ୍କ ସଂପୃକ୍ତି ଚର୍ଚ୍ଚା ଘଟଣାରେ ଆହରୁ ରହସ୍ୟଜନକ ମୋଡ଼ ଦେଇଛି।

   Related Posts