Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ନୂଆ ଟ୍ୟାକ୍ସ ପ୍ଲାଟଫର୍ମ ବ୍ୟବସ୍ଥାର ଶୁଭାରମ୍ଭ: ଆୟକର ଦାତାଙ୍କୁ ୩ଟି ବଡ଼ ଅଧିକାର

13/08/2020 at 8:22 PM

ନୂଆଦିଲ୍ଲୀ୧୩/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ନୂଆ ଟ୍ୟାକ୍ସ ପ୍ଲାଟଫର୍ମ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଦେଶର ଟିକସ ଦାତାଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ଟିକସ ପ୍ରଦାନ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ମୋଦି ସରକାର ।  ନୂଆ ଟ୍ୟାକ୍ସ ପ୍ଲାଟଫର୍ମ ଦ୍ବାରା ଆୟକର ଦାତାଙ୍କୁ ୩ଟି ବଡ଼ ଅଧିକାର ମିଳିଛିଫେସଲେସ ଆସେସମେଣ୍ଟ,ଫେସଲେସ ଅପିଲ ଏବଂ ଟ୍ୟାକ୍ସପେୟର୍ସ ଚାର୍ଟର ପରି  ବଡ ସଂସ୍କାର ରହିଛି।

ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ମୋଦି ସରକାରଙ୍କ ଆଉ ଏକ ଠୋସ ନିଷ୍ପତ୍ତି ।  ଟିକସ ବ୍ୟବସ୍ଥାରେ ସଂସ୍କାର ପାଇଁ ନେଇଛନ୍ତି ବଡ ପଦକ୍ଷେପ। ଦେଶର ନିର୍ମାଣରେ ସଚ୍ଚୋଟ କରଦାତାଙ୍କ ମହତ୍ବପୂର୍ଣ୍ଣ ଅବଦାନ ରହିଛି । ତେଣୁ ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଓ  ଟିକସ ବ୍ୟବସ୍ଥାରେ ସ୍ବଚ୍ଛତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି  ଏକ ନୂତନ ସ୍ବତନ୍ତ୍ର ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି  ସ୍ବଚ୍ଛ କର- ସଚ୍ଚୋଟଙ୍କୁ ସମ୍ମାନ।

 ଏହି ପ୍ଲାଟଫର୍ମରେ ଟିକସ ବ୍ୟବସ୍ଥାରେ ଆୟକର ଦାତାଙ୍କୁ ମିଳିଛି ୩ଟି ବଡ ଅଧିକାର। ଫେସଲେସ ଆସେସମେଣ୍ଟ,ଫେସଲେସ ଅପିଲ ଏବଂ ଟ୍ୟାକ୍ସପେୟର୍ସ ଚାର୍ଟର ପରି  ବଡ ସଂସ୍କାର ରହିଛି। ଫେସଲେସ ଏବଂ ଟ୍ୟାକ୍ସପେୟର୍ସ ଚାର୍ଟର ଆଜିଠୁ ଲାଗୁ ହୋଇଛି। ସେପ୍ଟେମ୍ବର ୨୫ରୁ ସାରା ଦେଶରେ ଫେସଲେସ ଅପିଲ ବ୍ୟବସ୍ଥା ଉପଲବ୍ଧ ହେବ।  ନୂଆ ବ୍ୟବସ୍ଥା ଆୟକର ଦାତାଙ୍କୁ ବିନା ଭୟରେ ସ୍ବଚ୍ଛ ଭାବେ ରିଟର୍ଣ୍ଣ ଫାଇଲ କରିବାକୁ ଉତ୍ସାହିତ କରିବ।  ଏଥିସହିତ ଟିକସ ବ୍ୟବସ୍ଥାରେ ରହିଥିବା ଜଟିଳତାକୁ ଦୂର କରିବା ସହିତ ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବାରେ ସରକାରଙ୍କ ଉଦ୍ୟମରେ ଏହା ସହାୟକ ହେବ ବୋଲି କହିଛନ୍ତି ମୋଦି।

ବର୍ତ୍ତମାନ ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ଦେଢ କୋଟି ଲୋକ ଟିକସ ପ୍ରଦାନ କରୁଛନ୍ତି । ଯାହାକି ଅତି ନଗନ୍ୟ । ତେଣୁ ଏହି ନୂଆ କ୍ୟାସଲେସ୍ ଟିକସବ୍ୟବସ୍ଥା ଆସିବା ପରେ ଏହି ସଂଖ୍ୟାରେ ସୁଧାର ଆସିବ ।  ଆଗାମୀ ଅଗଷ୍ଟ ୧୫ ତାରିଖରୁ ଦେଶର ଜନସାଧାରଣ କର ଟ୍ୟାକ୍ସ ପ୍ରଦାନ କରିବାକୁ ଶପଥ ନେବା ଲାଗି ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଯେଉଁ ନାଗରିକମାନେ ଆୟକର ଦାଖଲ କରିନାହାଁନ୍ତି ସେମାନଙ୍କୁ ଫାଇଲ କରିବାକୁ  ଏବଂ ଦେଶର ନିର୍ମାଣରେ ଯୋଗଦାନ କରିବାକୁ ମୋଦି ଆହ୍ବାନ ଦେଇଛନ୍ତି।

ଗତବର୍ଷ CBDT ଦେଶରେ ପରୋକ୍ଷ କର ବ୍ୟାବସ୍ଥାରେ କିଛି ଐତିହାସିକ ସଂସ୍କାର ଆଣିଥିଲେ।  କର୍ପୋରେଟ ଟିକସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରିଥିଲେ। ଏବଂ ମାନୁଫାକ୍ଚରିଂ କ୍ଷେତ୍ରରେ  ଟିକସକୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥିଲେ। ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁସନ ଟ୍ୟାକ୍ସ ଉଚ୍ଛେଦ କରିଥିଲେ। ଏବେ ନୂଆ ସଂସ୍କାର ଫଳରେ ଅଧିକ ସଂଖ୍ୟାର ଲୋକ ଟ୍ୟାକ୍ସ ପରିସରକୁ ଆସିବା ସମ୍ଭାବନା ବଢ଼ିଛି।

   Related Posts