Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ସଡକ ଦୁର୍ଘଟଣାରେ ଆହତଙ୍କୁ ଘରୋଇ ହସ୍ପିଟାଲରେ ମଧ୍ୟ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ କେଉଁଠି ଏବଂ କେମିତି ମିଳିବ ଏହି ସୁବିଧା

24/01/2021 at 4:53 PM

ନୂଆଦିଲ୍ଲୀ ୨୪।୦୧: ପ୍ରତି ବର୍ଷ ସଡକ ଦୁର୍ଘଟଣାରେ ଆହତ ହେଉଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଆଶ୍ଵସ୍ତିକର ଖବର। କେନ୍ଦ୍ର ସରକାର ଘରୋଇ ହସ୍ପିଟାଲଗୁଡିକରେ ଖୁବ୍ ଶୀଘ୍ର ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି। ଏହାରି ଆଧାରରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ମିଳିବ। ହସ୍ପିଟାଲରେ ପହଞ୍ଚାଇବା ଅଥବା ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରରେ ପରିବହନ ଖର୍ଚ୍ଚ ଅଲଗା ମିଳିବ। ହିଟ୍ ଆଣ୍ଡ ରନ୍ ମାମଲାରେ ସରକାର ଆହତଙ୍କୁ ଦୃଷ୍ଟିରେ ରଖି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିଛନ୍ତି। କେବଳ ଏତିକି ନୁହେଁ ସ୍ଥାୟୀ ଭାବେ ପଙ୍ଗୁ ହେଲେ କି ମୃତ୍ୟୁ ଘଟିଲେ ପାଞ୍ଚ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ମିଳିବ। ମୃତ୍ୟୁ ହେଲେ ତାଙ୍କ ପରିଜନକୁ ଏହି ଅର୍ଥ ଦିଆଯିବ। ଏଥିରେ ବିଦେଶୀ ଯାତ୍ରୀ ଏବଂ ତୀର୍ଥ ଯାତ୍ରୀ ମଧ୍ୟ ସାମିଲ।

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଗତ ବର୍ଷ ସକଡ ଦୁର୍ଘଟଣାରେ ଆହତଙ୍କ ପାଇଁ ରାଷ୍ଟ୍ରୀୟ କ୍ୟାସଲେସ୍ ଟ୍ରିଟମେଣ୍ଟ ଯୋଜନା କରିଛନ୍ତି। ଏହାରି ଆଧାରରେ ଏକ୍ସପ୍ରେସ୍ ଓ୍ଵେ, ଗ୍ରୀନ ଫିଲ୍ଡ ଏକ୍ସପ୍ରେସ୍ ଓ୍ଵେ, ଜାତୀୟ ରାଜମାର୍ଗ, ରାଜ୍ୟ ରାଜମାର୍ଗ, ଜିଲ୍ଲା ସଡକ ଓ ଅନ୍ୟ ସଡକରେ ସଡକ ଦୁର୍ଘଟଣାରେ ଆହତଙ୍କୁ ଏହି ସୁବିଧା ଦେବାକୁ ନିଷ୍ପତ୍ତି ହୋଇଛି।

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, କ୍ୟାସଲେସ୍ ଯୋଜନା  ଜରିଆରେ ପ୍ରତି ବର୍ଷ ହାରାହାରି ଘଟୁଥିବା ୫ ଲକ୍ଷ ସଡକ ଦୁର୍ଘଟଣାରେ ସାଢେ ଚାରିଲକ୍ଷରୁ ଅଧିକ ଆହତଙ୍କୁ ଫାଇଦା ମିଳିବ। ଆହତ ଲୋକଙ୍କୁ ସର୍ବାଧିକ  ସହାୟତା ହିଟ୍ ଆଣ୍ଡ ରନ ସଡକ ଦୁର୍ଘଟଣାରେ ମିଳିବ। ଅଜଣା ଗାଡି ଧକ୍କା ମାରି ଘଟଣାସ୍ଥଳରୁ ଫେରାର ହୋଇ ଯାଆନ୍ତି ଏବଂ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ କେହି  ନଥାନ୍ତି। ଏହି ଯୋଜନାରେ ଆହତଙ୍କ ଜୀବନ ବଞ୍ଚା ଯାଇ ପାରିବ। କେବଳ ଏତିକି ନୁହେଁ ସଂପୂର୍ଣ୍ଣ  ପଙ୍ଗୁ ହେଲେ ସର୍ବାଧିକ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ମିଳିବ। ମୃତ୍ୟୁ ଘଟିବା ସ୍ଥିତିରେ ପରିଜନଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ। ଏହା ବ୍ୟତୀତ ଏମିତି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସରକାର ଆହତଙ୍କୁ ଦୁର୍ଘଟଣାର ଏକ ଘଣ୍ଟା ଭିତରେ ମାଗଣାରେ ଚିକିତ୍ସା ଦେବା ପାଇଁ ଦେଶର ୨୧ ହଜାର ଘରୋଇ ହସ୍ପିଟାଲ-ନର୍ସିଂ ହୋମ୍ ସୂଚୀବଦ୍ଧ କରାଯାଇଛି। ଆହତଙ୍କ ସାହାଯ୍ୟ ପାଇଁ ଏନଏଚଏଆଇ ହେଲ୍ପଲାଇନ ନମ୍ବର ୧୦୩୩ରେ ଡାଏଲ କରାଯାଇ ପାରିବ। ସରକାରୀ ତଥ୍ୟ ଅନୁଯାୟୀ, ପ୍ରତି ବର୍ଷ ହାରାହାରି ୫ ଲକ୍ଷ ସଡକ ଦୁର୍ଘଟଣା ଘଟଣାରେ ୧, ୫୧,୦୦୦ ଲୋକଙ୍କ ମୃତ୍ୟୁ ଓ ୪,୬୯, ୦୦୦ ଜଣ ଆହତ ହେଉଛନ୍ତି।

ମୋଟର ବାହାନ ଦୁର୍ଘଟଣା ଫଣ୍ଡର ପ୍ରକାର ଓ ସାହାଯ୍ୟର ପ୍ରକ୍ରିୟା

୧ – ବୀମାଭୁକ୍ତ ଗାଡି: ଜେନେରାଲ ଇନସ୍ୟୁରାନ୍ସ ବ୍ୟବସାୟ କରୁଥିବା ସମସ୍ତ ବୀମା କମ୍ପାନୀ ସଡକ ଦୁର୍ଘଟଣାରେ ଆହତଙ୍କ କ୍ୟାସଲେସ୍ ଚିକିତ୍ସା ପାଇଁ ପାଇଁ ଏକ ନିଶ୍ଚିତ ଟଙ୍କା ପୃଥକ ଭାବେ ରଖିବେ।

୨ – ଅଣ ବୀମାଭୁକ୍ତ ଗାଡି ଅଥବା ହିଟ୍ ଆଣ୍ଡ ରନ ମାମଲା: ଏମିତି ସଡକ ଦୁର୍ଘଟଣାରେ ଟୋଲ୍ ଟ୍ୟାକ୍ସ ଆଧାରରେ ଆଦାୟ ହେଉଥିବା ସେସ୍‌ର ଏକ ଅଂଶ ଦୁର୍ଘଟଣା ଫଣ୍ଡରେ ଜମା କରିବାକୁ ପଡିବ। ତ୍ରୁଟିପୂର୍ଣ୍ଣ ସଡକ ଡିଜାଇନ, ନିର୍ମାଣ ଓ ମରାମତି ସାହାଯ୍ୟରେ କରାଯାଉଥିବା ଜରିମାନାର ଅଂଶ ମଧ୍ୟ ଉକ୍ତ ଫଣ୍ଡରେ ଜମା କରାଯିବ।

୩ – ହିଟ୍ ଆଣ୍ଡ ରନ ମାମଲା: ଦୁର୍ଘଟଣାରେ ସ୍ଥାୟୀ ପଙ୍ଗୁ ଅଥବା ମୃତ୍ୟୁ ହେଲେ ପାଞ୍ଚ ଲକ୍ଷ ଟଙ୍କାର ଜରିମାନା ପାଇଁ ଥାର୍ଡ ପାର୍ଟି ପ୍ରିମିୟମର ମୋଟ୍ ରାଶିର ୦.୧ ପ୍ରତିଶତ ଉକ୍ତ ଫଣ୍ଡରେ ଜମା କରିବାକୁ ପଡିବ।

   Related Posts