Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସଂକ୍ରାମକ ବିଶେଷଜ୍ଞ ଫାଉଚିଙ୍କ ସତର୍କବାଣୀ- ପ୍ରାରମ୍ଭିକ କରୋନା ଭ୍ୟାକସିନ କେବଳ ଲକ୍ଷଣରୁ ଲୋକଙ୍କୁ ବଞ୍ଚାଇବ, ସଂକ୍ରମଣରୁ ନୁହେଁ

28/10/2020 at 4:41 PM

ନୂଆଦିଲ୍ଲୀ ୨୮।୧୦: ଗୋଟିଏ ପଟେ ବ୍ରିଟେନ୍‌ ଓ ଆମେରିକାରେ ଆସନ୍ତା ଗୋଟିଏ କିମ୍ବା ଦୁଇ ମାସରେ ରକୋନା ଭ୍ୟାକସିନ ପ୍ରସ୍ତୁତ ହେବାର ସଙ୍କେତ ମିଳିଛି। ଅନ୍ୟପଟେ ପ୍ରମୁଖ କରୋନା ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ପ୍ରାରମ୍ଭିକ ଭ୍ୟାକସିନ କେବଳ ଲକ୍ଷଣ ରୋକିବାରେ ସଫଳ ହୋଇପାରେ। ଆମେରିକାର ପରିଚିତ  ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉଚି କହିଛନ୍ତି, ପ୍ରାରମ୍ଭିକ ଭ୍ୟାକସିନ ପ୍ରସ୍ତୁତ କରୁଥିବା ବୈଜ୍ଞାନିକଙ୍କ ଫୋକସ୍‌ ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ରୋକିବା ସ୍ଥାନରେ ଲୋକଙ୍କୁ ଲକ୍ଷଣରୁ ବଞ୍ଚାଇବା ଉପରେ ରହିଛି।

ଡକ୍ଟର ଆନ୍ଥୋନୀ ଫାଉଚି କହିଛନ୍ତି, ଆମେରିକାରେ ଚାରି କରୋନା ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଶେଷ ପର୍ଯ୍ୟାୟରେ ରହିଛି। ଭ୍ୟାକସିନର ଅନ୍ତିମ ଲକ୍ଷ୍ୟ ଭାଇରସ୍‌କୁ ସମାପ୍ତ କରିବା। କିନ୍ତୁ ଆରମ୍ଭରୁ ବୈଜ୍ଞାନିକ ପ୍ରାଥମିକ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି ଯେ ଲୋକେ ପ୍ରଥମେ କରୋନା ଲକ୍ଷଣରୁ ବଞ୍ଚି ଯାଆନ୍ତୁ।

ଆନ୍ଥୋନୀ ପାଉଚି କହିଛନ୍ତି ପ୍ରାଥମିକ ଲକ୍ଷ୍ୟ ଏହା ରହିଛି, ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି ତେବେ  ଏମିତି ସ୍ଥିତିରେ ଭ୍ୟାକସିନ ବ୍ୟକ୍ତିଙ୍କୁ  ରୋଗରୁ ରକ୍ଷା କରି ପାରିବ। ଏମିତିରେ ଭ୍ୟାକସିନ ଲୋକଙ୍କୁ ରୋଗରୁ ବଞ୍ଚାଇବାରେ ସଫଳ  ହୁଏ ତେବେ ମୃତ୍ୟୁ ସଂଖ୍ୟା  ହ୍ରାସ ପାଇବ।

ଭ୍ୟାକସିନକୁ ନେଇ ଫାଉଚିଙ୍କ ଏହି ଚେତାବନୀ ଏମିତି ଲୋକଙ୍କୁ ଝଟକା ଲାଗିବ, ଯେଉଁ ମାନେ ଭାବୁଛନ୍ତି ଯେ, କିଛି ମାସରେ ଭ୍ୟାକସିନ ଆସିବା ମାତ୍ରେ କରୋନା ସମାପ୍ତ ହୋଇଯିବ। ଫାଉଚି ଏହା ମଧ୍ୟ କହିଛନ୍ତି ଯେ, ଭ୍ୟାକସିନ ଆସିବା ପରେ ମଧ୍ୟ ସାମାଜିକ ଦୂରତା ଓ ମାସ୍କ ପରି ଉପାୟ ଗୁରୁତ୍ଵପୂର୍ଣ୍ଣ ରହିବ।

   Related Posts