Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସୁଡଙ୍ଗର ସନ୍ଧାନ ପାଇଁ ପାକିସ୍ତାନର ୨୦୦ ମିଟର ଭିତରକୁ ପଶିଲେ ଭାରତୀୟ ଯବାନ, ଜାଣନ୍ତୁ ଏହା ପରେ କଣ ଘଟିଲା

1/12/2020 at 8:31 PM

ନୂଆଦିଲ୍ଲୀ ୦୧।୧୨: ଜାମ୍ମୁ-କାଶ୍ମୀରରେ ନିକଟରେ ଏକ ଅପରେସନରେ ଭାରତୀୟ ସୁରକ୍ଷାବଳ  ପାକିସ୍ତାନ ପାର୍ଶ୍ଵରେ ପ୍ରାୟ ୨୦୦ ମିଟର ଭିତରକୁ ଯାଇ ଏକ ସୁଡଙ୍ଗ ଠାବ କରିଥିଲେ। ଆତଙ୍କବାଦୀ ଏହି ସୁଡଙ୍ଗ  ଜରିଆରେ ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ବ୍ୟବହାର କରିଥିଲେ। ସରକାରଙ୍କ ଏକ ଉଚ୍ଚପଦସ୍ଥ ଅଧିକାରୀ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି, ସୁରକ୍ଷାକର୍ମୀ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ପାକିସ୍ତାନ ଭିତରକୁ ପଶିଥିଲେ।

ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ନଭେମ୍ଵର ୨୨ରେ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଆତଙ୍କବାଦୀଙ୍କ ଦ୍ଵାରା ଅନୁପ୍ରବେଶ ଲାଗି ବ୍ୟବହୃତ ୧୫୦ ମିଟର ଲମ୍ବାର ଭୂମିଗତ ସୁଡଙ୍ଗ ଠାବ କରିଥିଲେ। ନଭେମ୍ବର ତୃତୀୟ ସପ୍ତାହରେ ସୁରକ୍ଷାକର୍ମୀଙ୍କ ଦ୍ଵାରା ନିହତ ଆତଙ୍କବାଦୀଠୁ ଜବତ  ହୋଇଥିବା ମୋବାଇଲ ଫୋନ ଜରିଆରେ ଏହି ସୁଡଙ୍ଗର ସନ୍ଧାନ ମିଳି ପାରିଥିଲା।

ସୀମା ସୁରକ୍ଷା ବଳ(ବିଏସଏଫ)ର ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ମଙ୍ଗଳବାର ସ୍ଥାପନା ଦିବସ ଅବସରରେ ଅପରସେନ ବିଷୟରେ କହିଛନ୍ତି, ନଭେମ୍ଵର ୨୨ରେ ସୁରକ୍ଷାବଳ ଦ୍ଵାରା ନିହତ ଆତଙ୍କବାଦୀଙ୍କ ମୋବାଇଲ ଫୋନର ବିଶ୍ଳେଷଣ ଆଧାରରେ ବିଏସଏଫ ଆତଙ୍କବାଦୀଙ୍କ ଦ୍ଵାରା ସାମ୍ବା ସେକ୍ଟରରେ ଅନୁପ୍ରବେଶ ଲାଗି ବ୍ୟବହୃତ ଭୂମିଗତ ସୁଡଙ୍ଗର ସନ୍ଧାନ କରିଥିଲେ।

   Related Posts