Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ପୁରୀରେ ଗଡ଼ିଲା ରଥ: ଏପଟେ ଜଳି ଗଲେ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା

25/06/2020 at 6:09 PM

ନବରଙ୍ଗପୁର୨୫/୬: ରଥଯାତ୍ରାର ଦୁଇ ଦିନ ପରେ ନବରଙ୍ଗପୁର ଜିଲ୍ଲା ମୋକିଆ ଗାଁରେ ଅଘଟଣ।   ଜଳି ଗଲେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆ ଗ୍ରାମର ଜଗନ୍ନାଥ ମନ୍ଦିରରେ ଘଟିଛି ଏହି ଅଘଟଣ । କୋରନା କଟକଣା ହେତୁ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ପାଇଁ ତରସି ଯାଇଥିବା ବେଳେ  ଆଜି  ସକାଳେ ଜଗନ୍ନାଥ ମନ୍ଦିରର ପୂଜକ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ନିକଟରେ ଦୀପ ଜାଳି ପୂଜା ପାଠ ସାରି ମନ୍ଦିରକୁ ଚାବି ପକେଇ ଘରକୁ ଚାଲିଯାଇଥିଲେ ଏହାର କିଛି ସମୟ ପରେ ମନ୍ଦିର ଭିତରୁ ଧୂଆଁ ଉଠିବା ଦେଖି ଗାଁ ଲୋକ ପୂଜକଙ୍କୁ ଡାକି ମନ୍ଦିର କବାଟ ଖୋଲି ଦେଖିବା ବେଳକୁ  ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କ ଅଙ୍ଗ ବସ୍ତ୍ର ସହ ତିନି ମୂର୍ତ୍ତି ନିଆଁରେ ଜଳୁଥିବା ଦେଖି ଗାଁ ଲୋକେ ନିଆଁକୁ ଲିଭାଇଥିଲେ।

ପୂଜକଙ୍କ ମାଙ୍କ ସୂଚନା ଅନୁସାରେ ପୂଜକ ଧୂପକାଠି ଜାଳି ବାହାରକୁ ଯିବା ପରେ ପୂଜକଙ୍କ ମା  ଓ ଗ୍ରାମର ଜଣେ ସ୍ତ୍ରୀ ଲୋକ ପ୍ରଭୁଙ୍କୁ ତୁଳସୀ ଦେଇ ଦୀପ ଜାଳିଥିଲେ ପରେ ପୂଜକଙ୍କ ମା ଭୋଗ ପ୍ରସ୍ତୁତ କରିବା ପାଇଁ ପୂଜକଙ୍କ ମା ଚାଲିଯିବା ପରେ କିଛି ସମୟ ପରେ ମନ୍ଦିର ନିକଟରେ ଗହଳି ହୋଇଥିଲେ । ଭୋଗ ପ୍ରସ୍ତୁତ କରୁଥିବା ପୂଜାରୀ ଙ୍କ ମା ଆସି ଦେଖିବା ସମୟରେଭିତରୁରୁ ହୁତୁ ହୁତୁ ନିଆଁ ବାହାରୁଛି  ମନ୍ଦିର ଭିତରେ ଥିବା ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ତିନି ଦିଅଁଙ୍କ ମୂର୍ତ୍ତିରେ ନିଆଁ ଲାଗୀ ମୂର୍ତ୍ତି ଜଳି ପୋଡି ଯାଉଛନ୍ତି। ଗ୍ରାମବାସୀ ସଙ୍ଗେ ସଙ୍ଗେ ନିଆଁ ଦିଅଁଙ୍କ ନିଆଁ ଲିଭାଇ ଥିଲେ ।

ସେହି ସମୟରେ ତିନି ପ୍ରଭୁଙ୍କ ବସ୍ତ୍ର ସମ୍ପୂର୍ଣ୍ଣ ପୋଡି ଯାଇଥିଲା।ଏହାସହ ମୂର୍ତ୍ତିର କିଛି ଅଂଶ ଆଂଶିକ ପୋଡି ଯାଇଛି । ପୂଜା ପରେ  ଦୀପ ର ନିଆଁ  ଦିଅଁଙ୍କବସ୍ତ୍ରରେ  ଲାଗି ଏଭଳି ଅଘଟଣ ଘଟିଥାଇପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି । କୋରନା ହେତୁ ପୁରୀ ବ୍ୟତୀତ ସବୁ ସ୍ଥାନରେ ରଥଯାତ୍ରା ଅଟକି ଯାଇଥିବା ବେଳେ  ରଥଯାତ୍ରା ସମୟରେ ଏଭଳି ତିନିଦିଅଙ୍କ ମୂର୍ତିରେ ନିଆଁ ଲାଗିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅଞ୍ଚଳ ବାସୀ ।  ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ଉଠିଛନ୍ତି । କୋରନା ଭଳି ସଙ୍କଟ ସମୟରେ ଆଦିବାସୀ ଅଞ୍ଚଳର ଏହି  ଅଧିଷ୍ଠିତ ଦେବତାଙ୍କ ଦେହରେ ନିଆଁ ଲାଗିବା ଆଗକୁ  କୌଣସି ଏକ ବିପଦର ସଂକେତ ଦେଉଥିବା ଅଞ୍ଚଳ ବାସୀ ଆଶଙ୍କା ପ୍ରକାଶ କରିଛନ୍ତି  ।

   Related Posts