ନବ ବିବାହିତ ପତ୍ନୀଙ୍କ ସାମ୍ନାରେ ସ୍ବାମୀ କହିଲେ ଦାନ କରିବେ ଶରୀର

Published By : Prameya-News7 Bureau | December 21, 2020 IST

ନିମାପଡା୨୧/୧୨: ନବ ବିବାହିତ ପତ୍ନୀଙ୍କ ସାମ୍ନାରେ ସ୍ବାମୀ କହିଲେ ଶରୀର ଦାନ କରିବେ। ବିବାହ ଭୋଜିରେ ବନ୍ଧୁ-ବାନ୍ଧବଙ୍କ ସହ ପରିବାର ସଦସ୍ୟ ଉପସ୍ଥିତ ଥାଆନ୍ତି। ସମସ୍ତଙ୍କ ଖୁସି କହିଲେ ନ ସରେ, ଏଭଳି ଖୁସିର ମାହୋଲରେ ବର ବେଶରେ ସଜାଇ ହୋଇଥିବା ରାକେଶ ଶରୀର ଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ମୃତ୍ୟୁ ପରେ ଅଙ୍ଗ ଦାନ କରିବେ ବୋଲି ଅତୀଥିଙ୍କ ଗହଣରେ ରାକେଶ ପ୍ରତିଶ୍ରୁତି ଦେଇଥିଲେ।

{"id":380753,"sizeSlug":"large","linkDestination":"none"}

ପୁରୀ ଜିଲ୍ଲା ନିମାପଡା ଏନଏସିର ୬ ନଂ ୱାର୍ଡ ବାସିନ୍ଦା ରବି ନାରାୟଣ ମହାନ୍ତିଙ୍କ ପୁଅ ରାକେଶ। ଡିସେମ୍ବର ୯ ତାରିଖରେ ବିବାହ କରିଥିଲେ। ନିଜ ବିବାହ ଭୋଜିରେ କିଛି ନିଆରା କରିବାର ଆଶା ନେଇ ଡାକ୍ତରି ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଶରୀର ଦାନ କରିବେ ।

{"id":380754,"sizeSlug":"large","linkDestination":"none"}

ନବ ବିବାହିତ ପତ୍ନୀଙ୍କ ଉପସ୍ଥିତିରେ ଅତିଥି ମାନଙ୍କ ଗହଣରେ ଏକ ସତ୍ୟପାଠ ସମାଜସେବୀ ସଞ୍ଜୀବ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି।ରାକେଶଙ୍କରଏହି ମହାନତା ବେଶ ଚର୍ଚ୍ଚାର ବିଷୟ ହୋଇଛି।ତଙ୍କର ଏହି କର୍ଯ୍ୟ ପାଇଁ ସମସ୍ତେ ବେଶ ଖୁସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.