ଦ୍ବିତୀୟ ବିବାହ କଲା ସ୍ବାମୀ: ପ୍ରଥମ ସ୍ତ୍ରୀଙ୍କୁ ଗାଁ ଦାଣ୍ଡରେ ଗଡ଼େଇ ତଡ଼େଇ ମାରିଲା, ପଥର ଫିଙ୍ଗିଲା, ଭିଡିଓ ଭାଇରାଲ, ଦେଖନ୍ତୁ

Published By : Prameya-News7 Bureau | June 25, 2020 IST

 ବୁଗୁଡା୨୫/୬: ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ ବିବାହ କଲେ ଯୁବକ। ସ୍ବାମୀଙ୍କର ଏକ କଳା କାରନାମା ଏବେ ହାଟ ପଡି ଦାଣ୍ଡରେ ଗଡୁଛି। ସ୍ବାମୀର ଏଭଳି କାର୍ଯ୍ୟକଳାପକୁ ପ୍ରଥମ ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ମାରି ଦେବାକୁ ଉଦ୍ୟମ। ଖାଲି ସେତିକି ନୁହେଁ, ଏମିତି କି ପ୍ରଥମ ସ୍ତ୍ରୀଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଉ ନାହାଁନ୍ତି ସ୍ବାମୀ। ଯେତେବେଳେ ମହିଳା ଜଣଙ୍କ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ବଳ ପୂର୍ବକ ଧକ୍କା ମାରାଯାଉଛି। ସ୍ବାମୀଙ୍କ ଧକ୍କାରେ ମହିଳା କଂକ୍ରିଟ ରାସ୍ତାରେ କଚାଡ଼ି ହୋଇ ପଡିଯାଉଛନ୍ତି। ପ୍ରଥମ ସ୍ତ୍ରୀକୁ ମାରିବାକୁ ସ୍ବାମୀ ବାରମ୍ବାର ଚେଷ୍ଟା କରୁଛନ୍ତି। ହାତରେ ଇଟା, ପଥର ଯାହା ପଡୁଛି, ପ୍ରଥମ ସ୍ତ୍ରୀଙ୍କ ଉପରକୁ ଫିଙ୍ଗୁଛନ୍ତି ଯୁବକ। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ତାକରଡା ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡିଓ...

wp:html /wp:html

ପ୍ରଥମ ସ୍ତ୍ରୀଙ୍କ ଉପରେ ସ୍ବାମୀର ମାଡ଼, ଗାଳି ପଥର ଫିଙ୍ଗା ଭିଡିଓ ମୋବାଇଲ କ୍ୟାମେରାରେ କଏଦ ହୋଇଥିଲା। ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ୨୦୧୨ ମସିହାରେ ବୈଦିକ ରୀତି-ରିବାଜରେ ରବି ନାୟକ ସଂପୃକ୍ତ ମହିଳଙ୍କୁ ବିବାହ କରିଥିଲେ। ଥାନାରେ ଏତଲା ପରେ ସ୍ବାମୀ ରବି ନାୟକଙ୍କୁ ପୋଲିସ୍ ଅଟକ ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.