ଗ୍ୟାସ୍‌ରୁ ଅଗ୍ନିକାଣ୍ଡ, ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର

Published By : Prameya-News7 Bureau | February 27, 2021 IST

ଭଦ୍ରକ ୨୭।୦୨: ଗ୍ୟାସରୁ ଘରେ ନିଆଁ ଲାଗିଗଲା। ସ୍ତ୍ରୀର ପାଟି ଶୁଣି ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର। ଉଭୟ ସ୍ଵାମୀ-ସ୍ତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ଏମିତି ଅଘଟଣ ଘଟିଛି । ନୂଆଗାଁର ପ୍ରମିଳା ଦାସ ଘରେ ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସରୁ ନିଆଁ ଲାଗିଯାଇଥିଲା। ପ୍ରମିଳା ନିଆଁରେ ପୋଡି ହୋଇ ଚିତ୍କାର କରିଥିଲେ। ପ୍ରମିଳାଙ୍କ ଚିତ୍କାର ଶୁଣି ସ୍ୱାମୀ ମହେନ୍ଦ୍ର ତାଙ୍କୁ ଉଦ୍ଧାର କରିବା ପାଇଁ ଘର ଭିତରକୁ ଯାଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଉଭୟଙ୍କର ଅବସ୍ଥା ଗୁରୁତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.