Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସ୍ତ୍ରୀ ୫୦ ଟଙ୍କା ନ ଦେବାରୁ ଆତ୍ମହତ୍ୟା କଲେ ସ୍ବାମୀ…

13/03/2020 at 12:46 PM

ଭଞ୍ଜନଗର ୩/୩ : ମାତ୍ର ୫୦ ଟଙ୍କା ପାଇଁ ଜୀବନ ହାରିଲେ ହୋମଗାର୍ଡ । ଏଭଳି ଅଭାବନୀୟ ଘଟଣା ତାରାସିଂ ଥାନା ଇଲାକାରେ ଘଟିଛି । ତାରାସିଂ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଲଙ୍କ ସ୍ୱାମୀ ତଥା ସେହି ଥାନାର ହୋମ୍‌ଗାର୍ଡ ଦିବ୍ୟଜ୍ୟୋତି ଆଚାର୍ଯ୍ୟ (ମୂଳତଃ ଛତ୍ରପୁର ବାସିନ୍ଦା) ବୁଧବାର ଦିନ ପ୍ରବଳ ମଦ୍ୟପାନ କରିଥିଲେ । ଘରକୁ ଆସି ପୁଣି ଥରେ ପତ୍ନୀଙ୍କୁ ମଦ ପିଇବାକୁ ୫୦ ଟଙ୍କା ମାଗିଥିଲେ । ମାତ୍ର ଟଙ୍କା ଦେବାକୁ ସ୍ପଷ୍ଟ ମନା କରିଥିଲେ କନେଷ୍ଟବଲଙ୍କ ପତ୍ନୀ ।

ଏଥିରେ ରାଗି ହୋମଗାର୍ଡ ଜଣକ କୌଣସି ବିଷାକ୍ତ ଜିନିଷ ଖାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିବ୍ୟଜ୍ୟୋତିଙ୍କ ମୃତ୍ୟୁ ଘଟିଥିବା ତାରାସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ଏସମ୍ପର୍କରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛଦ କରାଯାଇଛି । ମାତ୍ର ୫୦ ଟଙ୍କା ପାଇଁ ମଦ ନିଶାରେ ଜୀବନ ହାରିବା ଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

   Related Posts