Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସ୍ତ୍ରୀର ନିର୍ଯ୍ୟାତନା ଅଭିଯୋଗ ସହି ପାରିଲେନି, ବେକରେ ରଶି ଦେଇ ଆତ୍ମହତ୍ୟା କଲେ ସ୍ଵାମୀ

16/07/2021 at 11:04 PM

ନୀଳଗିରି,୧୬/୦୭: ସ୍ତ୍ରୀର ନିର୍ଯ୍ୟାତନା ଅଭିଯୋଗ ସହି ପାରିଲେନି ସ୍ଵାମୀ। ଶେଷରେ କଲେ ଆତ୍ମହତ୍ୟା।  ଏମିତି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଅଁଳାପାଳ ଗ୍ରାମରେ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଅଁଳାପାଳ ଗ୍ରାମର ଗଜେନ୍ଦ୍ର ଦାସଙ୍କ ପୁଅ ଅମିତ କୁମାର (୩୦)ଏକ ବର୍ଷ ପୂର୍ବେ ନରଣପୁର ଅଂଚଳର ସନ୍ତୋଷ କୁମାର ଦାସଙ୍କ ଝିଅ ବର୍ଷାରାଣୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ କରିବାର ଦୁଇମାସ ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବାର କୁହାଯାଏ। ପରେ ବର୍ଷା ବାପ ଘରେ ରହି ଆସୁଥିଲେ। ଭଦ୍ରବ୍ୟକ୍ତି ମାନେ ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବା ପାଇଁ ବହୁ ଚେଷ୍ଟା କରିଥିଲେ। ହେଲେ କୌଣସି ସୁଫଳ ପାଇ ପାରିନଥିଲେ।

ପରେ ଗତ ୧୪ ତାରିଖ ଦିନ ବର୍ଷାଙ୍କ ପକ୍ଷରୁ ବରମପୁର ଥାନାରେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କରାଯାଇଥିଲା। ଥାନା ତରଫରୁ ଉଭୟ ପରିବାରଙ୍କୁ ଡକାଯାଇ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ସେଠାରେ ମଧ୍ୟ ସୁଫଳ ମିଳିପାରିନଥିଲା। ଶେଷରେ ସ୍ୱାମୀ ଅମିତ ମାନସିକ ଭାରସାମ୍ୟ ହରାଇ ନିଜ ଘର ଠାରୁ କିଛି ଦୂରରେ ଥିବା ଆମ୍ବ ଗଛରେ ରଶି ଦେଇ ଆତ୍ମହତ୍ୟା କରିଥିବାର ଜଣାପଡିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଷ୍ଟମର୍ଟମ ପାଇଁ ମୃତଦେହ ପଠା ଯାଇଛି।

   Related Posts