ଅଗ୍ନିକାଣ୍ଡରେ ଜଳିପୋଡି ଘର ଛାରଖାର, ବଳଦ ବିକି ରଖିଥିବା ୪୦ ହଜାର ଟଙ୍କା ବି ଗଲା, ଦୁଃଖରେ ଗରିବ ପରିବାର

Published By : Prameya-News7 Bureau | February 27, 2021 IST

ଆଠଗଡ ୨୭।୦୨: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଡେରା ବସ୍ତିରେ ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ସୁମୀ ପୂର୍ତ୍ତି ନାମକ ଜଣେ ବିଧବା ମହିଳାଙ୍କ ତିନି ବଖରା ଚାଳଘର  ଜଳିପୋଡି ଛାରଖାର ହୋଇଯାଇଛି । ଏଥିସହ ବଳଦ ବିକ୍ରି କରି ରଖିଥିବା ୪୦ ହଜାର ଟଙ୍କା ପୋଡି ପାଉଁଶ ହୋଇ ଯାଇଛି। ୨୫ ବସ୍ତା ଧାନ ଚାଉଳ ସମେତ ସମସ୍ତ ଅସବାଵ ପତ୍ର ଲୁଗାପଟା ଏବଂ ଘର ବାରି ପଟ୍ଟା ସହ ଅତ୍ୟାବଶ୍ୟକ କାଗଜପତ୍ର ସବୁ ପୋଡି ପାଉଁଶ ହୋଇଯାଇଛି।  

ସ୍ଥାନୀୟ ବସ୍ତି ବାସିନ୍ଦା ପ୍ରଥମେ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ପରେ ଖବର ପାଇ ଆଠଗଡ଼ରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ  ଘର ଓ ସମସ୍ତ ଜିନିଷ ପୋଡି ଭସ୍ମୀଭୂତ ହୋଇଯାଇଥିଲା। ଆଜି ସନ୍ଧ୍ୟାରେ ଅଗ୍ନି ବିପନ୍ନ ପରିବାରକୁ ସ୍ଥାନୀୟ  ରାଜସ୍ୱ ନିରୀକ୍ଷକ ଅଗ୍ନି ବିପନ୍ନ ପରିବାରକୁ ଭେଟି କ୍ଷୟକ୍ଷତି ଆକଳନ କରିଛନ୍ତି। ପୀଡିତ ସୁମୀ ପୂର୍ତ୍ତି ଜଣେ ଗରିବ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଯୋଗାଇ ଦେବାକୁ ଅଞ୍ଚବାସୀଙ୍କ ଦାବୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.