ହସ୍ପିଟାଲ୍‌ରେ ବେଡ୍ ଅଭାବ, କର୍ଣ୍ଣାଟକ ଗୃହ ମନ୍ତ୍ରୀ ନିଜ ଘରକୁ କରି ଦେଲେ କୋଭିଡ୍ କେୟାର ସେଣ୍ଟର

Published By : Prameya-News7 Bureau | May 15, 2021 IST

ବେଙ୍ଗାଲୁରୁ ୧୫।୦୫: କର୍ଣ୍ଣାଟକରେ କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ସ୍ଥିତି ସଙ୍ଗୀନ। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ ରାଜ୍ୟରେ ହସ୍ପିଟାଲ୍ ଗୁଡିକରେ ଶଯ୍ୟାର ଘୋର ଅଭାବ। ଏମିତି  ଜଟିଳ ପରିସ୍ଥିତିରେ ରାଜ୍ୟର ଗୃହ ମନ୍ତ୍ରୀ ବସବରାଜ ବୋମ୍ମଇ ହାଭେରୀ ଜିଲ୍ଲାର ଶିଗଗାଓଁ ସ୍ଥିତ ନିଜ ଘରକୁ କୋଭିଡ୍ କେୟାର ସେଣ୍ଟରରେ ପରିଣତ କରିଛନ୍ତି। ନିଜ ଘରେ ସେ ୫୦ ଶଯ୍ୟାର ବ୍ୟବସ୍ଥା କରିଛନ୍ତି।

ବିଜେପିର ବରିଷ୍ଠ ନେତା ବସବରାଜ ବୋମ୍ମଇ ଗୃହ ବିଭାଗ ସହ ଆଇନ ମନ୍ତ୍ରଣାଳୟ ବିଭାଗର ମନ୍ତ୍ରୀ ଅଛନ୍ତି। ସେ ସହରର  ହସ୍ପିଟାଲରେ ଶଯ୍ୟା ଅଭାବକୁ ଦୂର କରିବା ପାଇଁ ନିଜ ଘରକୁ ମିନି ହସ୍ପିଟାଲ୍‌ରେ ପରିଣତ କରିଛନ୍ତି। ୨୦୨୧ ମେ ୧୩ରେ ବୋମ୍ମଇ ଶିଗଗାଓଁରେ ଏକ ବିକଶିତ କୋଭିଡ୍ କେୟାର ସେଣ୍ଟର ସ୍ଥାପନ ପାଇଁ ନିଜ ଘରକୁ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।

{"id":452996,"sizeSlug":"large","linkDestination":"none"}

ଜାତୀୟ ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରୀ ନିଜ ବାସଭବନରେ ଜରୁରି ଚିକିତ୍ସା ସୁବିଧା ସହ ୫୦ ଶଯ୍ୟାର ବ୍ୟବସ୍ଥା କରିଛନ୍ତି। ଏହି କୋଭିଡ୍‌ ସେଣ୍ଟରର ସମସ୍ତ ଶଯ୍ୟାରେ ଅକ୍ସିଜେନ୍‌ର ସୁବିଧା ରହିଛି। ଆଗାମୀ କିଛି ଦିନରେ ଏଠାକୁ ଅକ୍ସିଜେନ୍ କନସେନଟ୍ରେଟର ଅଣାଯିବ।

ଏହା ବ୍ୟତୀତ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମନ୍ତ୍ରୀ ୨୫ ଅକ୍ସିଜେନ୍ କନସେନଟ୍ରେଟର ଶିଗଗାଓଁ ଜନସ୍ଵାସ୍ଥ୍ୟ ହସ୍ପିଟାଲ୍‌କୁ ଯୋଗାଇ ଦେଇଛନ୍ତି। ବରିଷ୍ଠ ବିଜେପି ନେତା କହିଛନ୍ତି, କୋଭିଡ୍ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏଥିପାଇଁ ଅତିରିକ୍ତ ବେଡର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.