Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪୩ ଓ ୪୪ ନମ୍ବର କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି, ନିଜାମୁଦ୍ଦିନ ଏବଂ ମେଦିନାପୁର ଲିଙ୍କ୍

9/04/2020 at 7:25 PM

ଭୁବନେଶ୍ବର-୦୯.୦୪- ଗୁରୁବାର ଟିହ୍ନଟ ହୋଇଥିବା ରାଜ୍ୟର ଦୁଇ କୋଭିଡ୍-୧୯ ପଜିଟିଭ ରାଜ୍ୟ ବାହାରୁ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ବା ଗସ୍ତ ବିବରଣୀରୁ ଏହା ଜଣା ପଡୁଛି । ସଂଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନାରେ ଏହି ତଥ୍ୟ ଦିଆଯାଇଛି ।

୪୩ ନମ୍ବର କୋଭିଡ୍‌୧୯ ପଜିଟିଭ୍‌ ଜଣେ ମହିଳା । ତାଙ୍କ ବୟସ ୫୧ ବର୍ଷ ଏବଂ ସେ ଢେଙ୍କାନାଳ ବାସିନ୍ଦା । ଗତ ମାସ ଅର୍ଥାତ୍ , ମାର୍ଚ୍ଚ ୧୭ ତାରିଖରେ ସେ ଦିଲ୍ଲୀର ନିଜାମୁଦ୍ଦିନ୍‌ରୁ ଫେରିଥିଲେ । ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସେ ତାଙ୍କ ଢେଙ୍କାନାଳ ଘରେ ଥିଲେ । ତେବେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ୩ ତାରିଖରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । ୮ ତାରିଖରେ ତାଙ୍କ ନମୁନା ପରୀକ୍ଷଣ  କୋଭିଡ୍ ୧୯ ପଜିଟିଭ ଆସିଲା ପରେ ତାଙ୍କୁ କଟକ ଅଶ୍ବିନୀ ହସପିଟାଲ୍ସରେ  ଭର୍ତ୍ତୀ କରାଯାଇଛି ।

ସେହିପରି ୪୪ ନମ୍ବର କୋଭିଡ୍ ୧୯ ପଜିଟିଭ୍‌ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ମେଦିନାପୁରରୁ ଭୁବନେଶ୍ବର ଚିକିତ୍ସା ଲାଗି ଆସିଥିଲେ ।ଗତ ୭ ତାରିଖ ଦିନ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅଣାଯିବା ବେଳେ ସେ ବାଲେଶ୍ବର ବାଇପାସ୍‌ରେ ଏକ ଚା ଦୋକାନ ନିକଟରେ ଅଟକିଥିଲେ । ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।ତେବେ ତାଙ୍କ ରକ୍ତ ନମୁନା କୋଭିଡ୍‌୧୯ ପଜିଟିଭ୍‌ ଆସିବା ପରେ ତାଙ୍କୁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।     

   Related Posts