ପ୍ରବାସୀଙ୍କୁ ନେଇ ଜନସ୍ବାର୍ଥ ମାମଲା: ଖାଦ୍ୟ ଓ ରାସନ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | May 19, 2020 IST

କଟକ୧୯/୫: ପ୍ରବାସୀଙ୍କୁ ନେଇ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣୀ ହୋଇଛି। ଯେଉଁ ପ୍ରବାସୀ ମାନେ ଘରକୁ ଫେରୁଛନ୍ତି ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଏହାସହ ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ପିଡିଏସ୍‌ ସାମଗ୍ରୀ ମଧ୍ୟ ଯୋଗାଇବାକୁ ଉଲ୍ଲେଖ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ। ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୋର୍ଟ କହିଛନ୍ତି। କରୋନା ଏବଂ ବାତ୍ୟାକୁ ଏଭଳି ସଙ୍କଟଜନକ ସମୟରେ ବାହାରୁ ଫେରୁଥିବା ପ୍ରବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.