ପୋଲିସ୍‌ ଗାଡି ଜବତ କରିବା ମାମଲା: ୩ଥର ଅଣ୍ଡରଟେକିଂ ନିୟମ ବରିଷ୍ଠ ଓ ଭିନ୍ନକ୍ଷମଙ୍କ ପାଇଁ ପ୍ରଯୁଜ୍ୟ, ଡାକ୍ତର-ସ୍ବାସ୍ଥ୍ୟକର୍ମୀ ପରିଚୟ ପତ୍ର ଦେଖାଇ ଯିବେ

Published By : Prameya-News7 Bureau | April 10, 2020 IST

କଟକ୧୦/୪: ୯ ତାରିଖ ନିର୍ଦ୍ଦେଶନାମାରେ ସଂଶୋଧନ କରିଛନ୍ତି ହାଇକୋର୍ଟ। ଗାଡ଼ି ଚାଳକଙ୍କ ଗାଡି ଜବତ କରି ୩ ପର୍ଯ୍ୟନ୍ତ ଅଣ୍ଡରଟେକିଂ ଲେଖି ଗାଡି ଛାଡିବା ଛାଡିବାକୁ ଗତକାଲି ଅର୍ଥାତ ୯ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶରେ ହାଇକୋର୍ଟ ଉ​‌ଲ୍ଲେଖ କରିଥିଲେ। ଭୁବନେଶ୍ବର ମହାନଗର ନିଗମ( ବିଏମ୍‌ସି) ଏବଂ କଟକ ମହାନଗର ନିଗମ (ସିଏସି)ରେ ଲକଡାଉନ୍ ସମୟରେ ଗାଡି ଚାଳକଙ୍କ ଗାଡି ଜବତ ନକରିବାକୁ ପୋଲିସ୍‌କୁ ନେଇ ୯ ତାରିଖରେ ହାଇକୋର୍ଟ ଏପରି କହିଥିଲେ। ତିନିଥର ଅଣ୍ଡରଟେକିଂ ପରେ ବି ବିଏମ୍‌ସି ଏବଂ ସିଏମସିରେ ଗାଡି ଚାଳକମାନେ ଅମାନିଆ ହୋଇ ପାରିବେ ନାହିଁ ବୋଲି କାଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ଏହାସହ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ନେଇ ମଧ୍ୟ କୋର୍ଟ କହିଥିଲେ।

{"id":251867,"sizeSlug":"large"}

ତେବେ ଗୁରୁବାର ରାୟର ପୁନଃ ତର୍ଜମା ଲାଗି ଆଡ୍‌ଭୋକେଟ ଜେନେରାଲ ଭି.କେ ମହାନ୍ତି ଏବଂ ଅତିରିକ୍ତ ସରକାରୀ ଓକିଲ ହାଇକୋର୍ଟଙ୍କୁ ଆବେଦନ କରିଥିଲେ। ବିଏମ୍‌ସି ଏବଂ ସିଏମ୍‌ସିରେ ସାଧାରଣ ଲୋକଙ୍କ ଲାଗି ପର୍ଯ୍ୟାପ୍ତ ଭେଣ୍ଡିଂ ଜୋନ ବ୍ୟବସ୍ଥା କରାଯାଉଛି। ଲୋକମାନେ ଚାଲି ଚାଲି ଯିବା ପରିସର ଭିତରେ ଏସବୁ ଭେଣ୍ଡିଂ ଜୋନ୍‌ରେ ତେଜରାତି ସାମଗ୍ରୀ ସହ କ୍ଷୀର, ପନିପରିବା ଉପଲବ୍ଧ କରାଯାଉଥିବା ସରକାର ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା।

ଏହାର ବିଚାର କରି ବାଇକ୍ ଚାଳକଙ୍କଠାରୁ ୩ଥର ଅଣ୍ଡରଟେକିଂ ନିଆଯିବା ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ଏହି ଅଣ୍ଡରଟେକିଂ ନିୟମ କେବଳ ବରିଷ୍ଠ ଏବଂ ଭିନ୍ନକ୍ଷମ ପାଇଁ ପ୍ରଯୁଜ୍ୟ ହେବ। ଏହାସହ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ବିନା ବାଧାରେ ତଥା ସେମାନଙ୍କ ପରିଚୟପତ୍ର ଓ ପ୍ରମାଣପତ୍ର ଦେଖାଇ ଚଳାଚଳ କରି ପାରିବେ, ସେଥିପାଇଁ ଅନୁମତି ଦେବେ ବୋଲି କୋର୍ଟ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.