୩ ମାସ ମଧ୍ୟରେ ଇନଟିଗ୍ରେଟେଡ଼ ହେବ ହିଡେନ କେସ, ଅଗଷ୍ଟ ଯାଏଁ ଚାଲିବ ସର୍ଭେଲାନ୍ସ

Published By : Prameya-News7 Bureau | July 18, 2021 IST

ଭୁବନେଶ୍ୱର ୧୮/୭ : ଅନେକ ଲୋକ ଲକ୍ଷଣ ଦେଖାଗଲେ ମଧ୍ୟ ଟେଷ୍ଟ କରିବାକୁ ଆସୁନାହାନ୍ତି । ଯଦି ଜଣେ ଆସିବେ ନାହିଁ ଓ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ନାହିଁ । ତେଣୁ ଅନେକ ହିଡିନ କେସ ମଧ୍ୟ ରହୁଛନ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ଇନଟିଗ୍ରେଟେଡ଼ କରାଯିବ । ଯେହେତୁ ଏହି ସମୟରେ ଡେଙ୍ଗୁ ମଧ୍ୟ ବଢ଼ିଥାଏ । ତେଣୁ ଡେଙ୍ଗୁ ଓ ଏନସିଡିର କିଛି ରୋଗକୁ ନେଇ ମଧ୍ୟ ସର୍ଭେଲାନ୍ସ କରାଯାଉଥିଲା ।

ଅଗଷ୍ଟ ପର୍ଯ୍ୟନ୍ତ ସର୍ଭିଲାନ୍ସ ଚାଲିବ । କିନ୍ତୁ କୋଭିଡ଼ ପାଇଁ ଆକ୍ଟିଭ ସର୍ଭିଲାନ୍ସ ଓ ସ୍ବତନ୍ତ୍ର ଭାବେ ଡେଙ୍ଗୁ ପାଇଁ ମଧ୍ୟ ଚାଲିବ । ଆଶା କର୍ମୀମାନଙ୍କ ଦ୍ୱାରା ଯେଉଁ ଡୋର ଟୁ ଡୋର ସର୍ଭେ ଓ ମନିଟର ହେଲା, ତାହା ଦ୍ୱାରା ୧ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଲେ । ମୁଖ୍ୟତଃ ସର୍ଭିଲାନ୍ସ କରି ହିଡିନ କେସ ଗୁଡିକୁ ବାହାର କଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ।

ଯଦି ତୃତୀୟ ଲହର ଆସୁଛି ତେବେ ହିଡିନ କେସ ନିଶ୍ଚିତ ରହିବ । ତେଣୁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ଅମୋଘ ଅସ୍ତ୍ର । ଅଗଷ୍ଟ ୨୪ ପରେ ମଧ୍ୟ ସର୍ଭିଲାନ୍ସ ଜୋରସୋରରେ ଚାଲିବ । ଇନଟିଗ୍ରେଟେଡ଼ ଡିଜିଜ ସର୍ଭିଲାନ୍ସରେ ସାପ୍ତାହିକ ସର୍ଭିଲାନ୍ସ ହୁଏ । ସେଥିରେ ଡାଟା ଆସିଥାଏ ଏବଂ ଯେଉଁ କର୍ମଚାରୀ ମାନେ ସର୍ଭିଲାନ୍ସରେ ଯାଇଥାନ୍ତି ସେମାନେ ରିପୋର୍ଟ ଦିଅନ୍ତି । ସବୁ ହାଉସହୋଲ୍ଡ଼ ଟଚ କରିବାକୁ ପ୍ରାଧାନ୍ୟ ଦିଆଯାଉଛି । ତାହାଦ୍ୱାରା ହିଡିନ କେସ ସାମ୍ନାକୁ ଆସିପାରିବ ।

କାରଣ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ରିପୋର୍ଟ ହିଁ କରୁନାହାନ୍ତି । ଜ୍ଵର ହେଲେ ଔଷଧ ଖାଇଦେଉଛନ୍ତି । ସେଥିପାଇଁ ମେଡିସିନ ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ରହିଥିଲା, ଯେ ଯିଏ ବି ଜ୍ଵର ଓ ଥଣ୍ଡା ପାଇଁ ମେଡିସିନ ନେଇ ଖାଉଛନ୍ତି । ସେମାନଙ୍କର ତଥ୍ୟ ମେଡିସିନ ଦୋକାନୀ ମାନେ ସରକାରଙ୍କୁ ଦେବେ ବୋଲି ନିର୍ଦ୍ଦେଶ ରହିଥିଲା । କଟକ, ଭୁବନେଶ୍ୱର, ବାଲେଶ୍ଵର ଓ ବାରିପଦା ସବୁବେଳେ ଫୋକସରେ ରହିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.