"ତୁ ମୋ ସୁନା ଚଢ଼େଇ" ଫିଲ୍ମର ଅଡ଼ିଓ ରିଲିଜ ବେଳେ ଅଭାବନୀୟ ଘଟଣା : ଫିଲ୍ମର ନାୟିକା ଆଣିଲେ ନିର୍ଯାତନା ଅଭିଯୋଗ, ଦେଖନ୍ତୁ ପୁରା ଭିଡ଼ିଓ

Published By : Prameya-News7 Bureau | November 15, 2018 IST

ଭୁବନେଶ୍ୱର ୧୫/୧୧: ଭୁବନେଶ୍ୱରର ଏକ ହୋଟେଲରେ “ତୁ ମୋ ସୁନା ଚଢେଇ” ଫିଲ୍ମର ଅଡିଓ ରିଲିଜ ବେଳେ ଘଟିଛି ଅଭାବନୀୟ ଘଟଣା । ଏହି ଫିଲ୍ମରେ ହିରୋଇନ ଭାବେ କାମ କରୁଥିବା ଜଣେ ବଙ୍ଗୀୟ ନାୟିକା ହଙ୍ଗାମା ସୃଷ୍ଟି କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଦୀଲିପ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ । କିଛି ସମୟ ପାଇଁ ଅଡିଓ ରିଲିଜ ମଞ୍ଚ ଯୁଦ୍ଧ କ୍ଷେତ୍ରରେ ପରିଣତ ହେଲାଭଳି ମନେ ହେଉଥିଲା । ଫିଲ୍ମର ହିରୋଇନ ଏଲିସା କାହିଁକି ଉତ୍ତେଜିତ ଦେଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୀର୍ଘ ୪୨ ଦିନ ଧରି ଫିଲ୍ମର ସୁଟିଙ୍ଗ ବେଳେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ତାଙ୍କ କଥାରୁ ସ୍ପଷ୍ଟ ଜଣାପଡ଼ିଛି । ଅଡ଼ିଓ ରିଲିଜ ଉତ୍ସବରେ ଘଟିଥିବା ଏହି ଅଭାବନୀୟ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ସମ୍ପୁର୍ଣ୍ଣ ଦେଖନ୍ତୁ । ଏଥିରୁ ସ୍ପଷ୍ଟ ବୁଝିହେବ ସବୁକଥା ଠିକ୍‌ଠାକ୍‌ ଚାଲିନାହିଁ । ଏହି ଘଟଣା ଘଟିବା ପରେ ଫିଲ୍ମର ନାୟିକା ଏଲିସାଙ୍କୁ ତାଙ୍କ ଅଭିଭାବକ ଘଟଣାସ୍ଥଳରୁ ଟାଣି ଟାଣି ନେଇଯାଇଥିବା ଜଣାପଡୁଛି । ଅଡ଼ିଓ ରିଲିଜ ବେଳେ ଏଲିସାଙ୍କ ଅଭିଭାବକ ମଧ୍ୟ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି । ସେ ମଧ୍ୟ ଏଲିସାଙ୍କୁ ନିର୍ଯାତନା ଦିଆଯାଇଥିବା କଥା ବାରମ୍ୱାର କହୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.