Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଗଞ୍ଜାମ ଜିଲ୍ଲାର ସମସ୍ତ କରୋନା ସଂକ୍ରମିତ‌ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର: ଟ୍ବିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ

17/05/2020 at 10:12 PM

ବ୍ରହ୍ମପୁର୧୭/୫: ଗଞ୍ଜାମ ଜିଲ୍ଲାର ସମସ୍ତ କରୋନା ପଜିଟିଭ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେମାନଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ସୂଚନା। ଜଣେ ବ୍ୟକ୍ତି ବାହାରରୁ ଆସିଥିବା ବେଳେ ବ୍ରହ୍ମପୁର ଆମ୍ବ ବଜାରରୁ ପଜିଟିଭ୍ ଥିବା ଚିହ୍ନଟ ହୋଇଛନ୍ତି। ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବାହାରୁ ଆସିଥିବା ଜଣାପଡିଛି। କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି। କୌଣସି ମିଥ୍ୟା ଖବରକୁ ବିଶ୍ବାସ ନ କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେପଟେ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକ୍ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗାଆଁରେ ଘରକୁ ଘର ବୁଲି ବୁଲି ସ୍କ୍ରିନିଂ, ସାନିଟାଇଜ୍, କଣ୍ଟାକ୍ଟ ଟ୍ରେସିଂ, କାଉସିଲିଂ ଆରମ୍ଭ ହୋଇଛି। ଏଥିରେ ଗ୍ରାମବାସୀ ସହଯୋଗ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଟୁଇଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି।

   Related Posts