ଭିଡିଓ କନଫରେନ୍ସିଂରେ ମନ୍ତ୍ରୀ ସ୍ତରୀୟ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ: ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର, ପ୍ରତିରୋଧ କ୍ଷମତା କେନ୍ଦ୍ର ଉପରେ ଗୁରୁତ୍ବ

Published By : Prameya-News7 Bureau | April 16, 2020 IST

ଝାରସୁଗୁଡା୧୬/୪: ଗୁରୁବାର ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସ୍ତରୀୟ କମିଟିର ପଞ୍ଚମ ବୈଠକରେ ରାଜ୍ୟରେ କରୋନା ମୁକାବିଲା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ସମୟରେ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର, ପ୍ରତିରୋଧ କ୍ଷମତା କେନ୍ଦ୍ର ଓ ସମସ୍ତ ପ୍ରମୁଖ ରୋଗର ନିରାକରଣ ପାଇଁ ଉତ୍କର୍ଷ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ।

ସାରା ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଗୁରୁବାର  ପଞ୍ଚମ କ୍ଷମତା ସମ୍ପନ ମନ୍ତ୍ରୀ ସ୍ତରୀୟ କମିଟିରେ କୋଭିଡ୍-୧୯ ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଯାଇଛି। ଭିଡ଼ିଓ କନଫରେନ୍‌ସିଂ ଜରିଆରେ ଏହି ଆଲୋଚନା ହୋଇଛି। ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନଆଇସିରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସହ ରାଜ୍ୟର ଅଧିକ କୋଭିଡ-୧୯  ରକ୍ତ ନମୁନା ପରୀକ୍ଷା କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିବାକୁ ପରାମର୍ଶ  ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.